Below header

ବିନା ନମ୍ବର ସେଭ କରି ସିଧାସଳଖ ହ୍ଵାଟ୍ସଆପ୍‌ ରେ ପଠାଇ ପାରିବେ ମେସେଜ, ଜାଣନ୍ତୁ ପଠାଇବାର ତରିକା

ଇଷ୍ଟାଣ୍ଟ ମେସେଜିଂ ଆପ୍‌ ଯାହା ଦୁନିଆରେ ସବୁଠୁ ବ୍ୟବହୃତ ଓ ଆଦୃତ, ତାହା ହେଉଛି ହ୍ଵାଟ୍ସଆପ୍‌ । ବ୍ୟକ୍ତିଗତ କାମ ଅପେକ୍ଷା ବଡ ବଡ ବ୍ୟବସାୟିକ ଡିଲ୍‌, ଏପରିକି ସରକାରଙ୍କ ବଡ ବଡ଼ ଘୋଷଣା ଓ ନୋଟିସ ହ୍ଵାଟ୍ସଆପ୍‌ ଜରିଆରେ ସର୍କୁଲେଟ ହୋଇଥାଏ । ଇ-ମେଲ ଜରିଆରେ କିଛି କାମ କରିବା ପାଇଁ ଅଧିକ ସମୟ ନେଉଥିବା ବେଳେ ହ୍ଵାଟ୍ସଆପରେ ଅତି କମ ସମୟରେ ଏହା ହୋଇପାରୁଛି । ହ୍ଵାଟ୍ସଆପର ବଢ଼ୁଥିବା ବ୍ୟବହାରକୁ ଦେଖି ମେଟା ମଝିରେ ମଝିରେ ନୂଆ ଫିଚର ଆଣିଥାଏ ।

ନିକଟରେ ମେଟା ହ୍ଵାଟ୍ସଆପ୍‌ ରେ ‘ମେସେଜ ୟୁଓରସେଲ୍ଫ’ ନାମରେ ଏକ ଫିଚର୍ସ ଆଣିଛି । ଏହି ଫିଚର ଆପଣଙ୍କ କାମକୁ ବହୁତ ସହଜ କରିଦେଇଥାଏ । ଆମେ ସମସ୍ତେ ହ୍ଵାଟ୍ସଆପ୍‌ ରେ କାହାକୁ ମେସେଜ କରିବାକୁ ହେଲେ ପ୍ରଥମେ ତାଙ୍କର ନମ୍ବରକୁ ସେଭ୍‌ କରିଥାଉ । ହେଲେ ଏବେ ନମ୍ବର ବିନା ସେଭ କରି ମଧ୍ୟ ଆମେହ୍ଵାଟ୍ସଆପ୍‌ ରେ ମେସେଜ କରି ପାରିବା ।
ବିଶେଷକରି ଏହି ବ୍ୟବସ୍ଥା ମହିଳାଙ୍କ ପାଇଁ ବେଶ ଉପାଦେୟ ହୋଇଥାଏ । କାରଣ ସୁରକ୍ଷା ଦୃଷ୍ଟିରୁ ମହିଳା କାହାର ଫୋନ ନମ୍ବର ସେଭ ନକରି ମଧ୍ୟ ହ୍ଵାଟ୍ସଆପ୍‌ ରେ ମେସେଜ ପଠାଇ ପାରିବେ । ଜାଣନ୍ତୁ କିପରି –

ବିନା ନମ୍ବର ସେଭ କରି ଯଦି ଆପଣ କାହା ସହ କଥା ହେବାକୁ ଚାହୁଁଛନ୍ତି, ସେଥିପାଇଁ ଆପଣଙ୍କୁ ‘ମେସେଜ ୟୋରସେଲ୍ଫ ’ ର ସହାୟତା ନେବାକୁ ହେବ । ସର୍ବପ୍ରଥମେ ଆପଣ କଣ୍ଟାକ୍ଟ ଲିଷ୍ଟରେ ଯାଇ ମେସେଜ ୟୋରସେଲ୍ଫ କୁ ଯାଇ ନିଜକୁ ସେହି ନମ୍ବରୁକୁ ପଠାନ୍ତୁ । ଯାହା ସହ କଥା ହେବାକୁ ଚାହୁଁଛନ୍ତି ।

ଯେମିତି ଆପଣ ଏହି ନମ୍ବରକୁ ନିଜକୁ ପଠାଇଦେବେ, ଆପଣଙ୍କୁ ଏହି ନମ୍ବର ନୀଳ ରଂଗରେ ଦେଖାଯିବ ।

ଏବେ ନମ୍ବରରେ ଟ୍ୟାପ୍‌ କଲେ ଆପଣଙ୍କୁ ୩ ବିକଳ୍ପ ଦେଖାଯିବ । ପ୍ରଥମ ‘ଚ୍ୟାଟ୍‌ ଓ୍ଵିଥ୍‌ ଫୋନ୍‌ ନମ୍ବର, ଦ୍ୱିତୀୟରେ ‘ହ୍ଵାଟ୍ସଆପ୍‌ରେ କଲ୍‌’ ଓ ତୃତୀୟ କଣ୍ଟାକ୍ଟରେ ଆଡ୍‌ କରନ୍ତୁ ।

ଏବେ ପ୍ରଥମ ବିକଳ୍ପ ଅର୍ଥାତ ‘ଚ୍ୟାଟ୍‌ ଓ୍ଵିଥ୍‌ ଫୋନ୍‌ ନମ୍ବର’ ଖୋଲିବା ପରେ ଚ୍ୟାଟ୍‌ ଓ୍ଵିଣ୍ଡୋ ଖୋଲିଯିବ । ଆପଣ ଏଠରେ ଅତି ସହଜରେ ଉକ୍ତ ବ୍ୟକ୍ତି ସହ ଚାଟ କରିପାରିବେ ।

ପ୍ରକାଶଯୋଗ୍ୟ ଏହି ଫିଚର୍ସ ନିକଟରେ ‘ହାଇଡ ମାଇଁ ପ୍ରୋଫାଇଲ ପିକଚର’ ବା ‘ହାଇଡ ମାଇ ଲାଷ୍ଟ ସିନ’ ଫିଚର୍ସ ଦିଆଯାଇଛି । ଏହା ଲୋକଙ୍କୁ ଆହୁରି ଅଧିକ ସୁରକ୍ଷା ପ୍ରଦାନ କରୁଛି । ହେଲେ ଏହି ନମ୍ବରକୁ ଗ୍ରୁପରେ ଆଡ୍‌ କରିପାରିବେ ନାହିଁ । ଗ୍ରୁପରେ ଏହି ନମ୍ବରକୁ ଆଡ କରିବାକୁ ହେଲେ ଆପଣଙ୍କୁ ଏହି ନମ୍ବରକୁ ପ୍ରଥମେ ସେଭ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.