Below header

ସୁପରମମ, ନିଜ କ୍ଷୀର ଦାନ କରି ବଞ୍ଚାଇଲେ ଅନେକ ଶିଶୁଙ୍କ ଜୀବନ

ମା ଏକ ଏପରି ଶବ୍ଦ ଯାହା ଆଗରେ ଦୁନିଆର ସମସ୍ତ ଶବ୍ଦ ହାର ମାନିଥାଏ ଅଥବା ଫିକା ପଡ଼ିଯାଏ । ଠିକ ସେହିପରି ଗୁଜୁରାଟର ଜଣେ ମା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ସେ ନିଜ କ୍ଷୀରଦାନ କରି ୫ ଜଣ ଶିଶୁଙ୍କର ଜୀବନ ବଂଚାଇଛନ୍ତି ।

Image result for ahmedabad mom saves five critical infants by donating milk

ସୂଚନା ଅନୁଯାୟୀ ରୁସିନା ପେସାରେ ଜଣେ ଶିକ୍ଷୟିତ୍ରୀ ଅଟନ୍ତି ।୨୦୧୯ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେ ପ୍ରଥମଥର ପାଇଁ ମା ହୋଇଥିଲେ । ସେହି ସମୟରେ ତାଙ୍କ ମନକୁ ଆସିଥିଲା ଯେ ଦୁନିଆରେ ଏପରି ଅନେକ ମା ଅଛନ୍ତି ଯେଉଁମାନେ ନିଜ ପିଲାକୁ କ୍ଷୀର ଦେଇପାରୁନାହାଁନ୍ତି । ଆଉ ତାପରେ ସେ ନିଜ କ୍ଷୀର ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଖବର ମୁତାବକ ରୁସିନା ନିଜର ୧୨ ଲିଟର କ୍ଷୀର ଦାନ କରିଛନ୍ତି ଯେଉଁ କାରଣରୁ ICUରେ ଅତି ଗମ୍ଭୀର ଅବସ୍ଥାରେ ଥିବା ୫ ଜଣ ଶିଶୁଙ୍କ ଜୀବନ ବଞ୍ଚି ଯାଇପାରିଛି ।

 

Image result for ahmedabad mom saves five critical infants by donating milk

ରୁସିନା କ୍ଷୀରଦାନ କରିବାର ଇଛା ପ୍ରଥମେ ନିଜ ପରିବାର ଲୋକଙ୍କୁ କହିଥିଲେ ଓ ଘରଲୋକମାନେ ମଧ୍ୟ ଏ କଥାରେ ରାଜି ହୋଇ ଯାଇଥିଲେ । ଆଉ ତାପରେ ସେ ଜଣେ ଡାକ୍ତରଙ୍କ ସହିତ ଏ ବିଷୟରେ କଥା ହୋଇଥିଲେ ଓ ମିଲକ ବ୍ୟାଙ୍କରେ ନିଜର କ୍ଷୀର ଦାନ କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ମା ପିଲା ଜନ୍ମ ଦେବାପରେ ବହୁତ ଦୁର୍ବଳ ହୋଇପଡିଥାନ୍ତି ଅଥବା ମେଡିକାଲ ରିସ୍କ କାରଣରୁ ନିଜ ପିଲାଙ୍କୁ କ୍ଷୀର ଦେଇ ପାରନ୍ତି ନାହିଁ । ଏହା ବ୍ୟତୀତ ସେ କହିଛନ୍ତି ଯେ ରୁସିନାଙ୍କୁ ଦେଖି ଅନ୍ୟ କିଛି ମହିଳା ମଧ୍ୟ ଏପରି କରିବା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.