୬.୩ ଲକ୍ଷ ପେନସନଧାରକଙ୍କୁ EPFO ଦେଲା ଖୁସିଖବର, ଜାନୁଆରୀ ପହିଲାରୁ ମିଳିବ ଲାଭ

ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO)ର କର୍ମଚାରୀ ପେନସନ୍‌ ଯୋଜନା ଦ୍ୱାରା ପେନସନ ଧାରକଙ୍କୁ ଏକ ନୂଆ ସେବା ଯଥା ‘କମ୍ୟୁଟେସନ’ର ସୁବିଧା ଜାନୁଆରୀ ପହିଲାରୁ ଦେବେ। ଏହି ପଦକ୍ଷେପରେ ୬.୩ ଲକ୍ଷ ପେନସନଧାରୀଙ୍କୁ ଲାଭ ମିଳିବ।

ଏହି ୬.୩ ଲକ୍ଷ ପେନସନଧାରୀ ନିଜର ପେନସନ୍‌ ଉଠାଇବାର ବିକଳ୍ପ ବାଛି ଥିଲେ ଏବଂ ୨୦୦୯ ପୂର୍ବରୁ ଅବସର ଗ୍ରହଣ କରିଥିବା ପେନସନଧାରୀଙ୍କ ପାଇଁ ଏବେ ରାଶିର କିଛି ପ୍ରତିଶତ ଟଙ୍କା ଉଠାଣକୁ ଅନୁମତି ମିଳିବ।

ସୂଚନା ଅନୁଯାୟୀ, ଶ୍ରମ ମନ୍ତ୍ରାଳୟ କର୍ମଚାରୀ ପେନସନ୍‌ ଯୋଜନା ଦ୍ୱାରା ପେନସନ୍‌ ‘କମ୍ୟୁଟେସନ’ ସୁବିଧା ଲାଗୁ କରିବା ପାଇଁ ଇପିଏଫଓ ଜାନୁୟାରୀ ପହିଲାରେ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି।

womenଏହି ସୁବିଧା ଅନୁଯାୟୀ ପେନସନଧାରକଙ୍କୁ ଅଗ୍ରିମ ପେନସନ୍‌ ରାଶିରୁ ଏକ ଅଂଶ ଦିଆଯାଏ। ଏହାପରେ ଆଗାମୀ ୧୫ ବର୍ଷ ପଯ୍ୟର୍ନ୍ତ ମାସିକ ପେନସନରେ ଏକ ତ୍ରୁତୀୟାଂଶ କଟାଯାଇଥାଏ। ୧୫ ବର୍ଷ ପରେ ପେନସନଭୋଗୀ ସମ୍ପୂର୍ଣ୍ଣ ପେନସନ୍‌ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ଇପିଏଫଓ ଏହି ନିଷ୍ପତି ୨୧ ଅଗଷ୍ଟ ୨୦୧୯ରେ ହୋଇଥିବା ବୈଠକରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ୬.୩ ଲକ୍ଷ ପେନସନଧାରୀଙ୍କୁ ମଞ୍ଜୁରୀ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.