Below header

ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ୬୦ ଜଣ କୋଟିପତି ବାସ କରନ୍ତି, ଜାଣନ୍ତୁ ଦେଶର ଏମିତି ଆହୁରି କେତେକ ନିଆରା ଗାଁ ବିଷୟରେ

ଭାରତ ହେଉଛି ଏକ ଗ୍ରାମ ବହୁଳ ଦେଶ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ ଗାଁର ଉନ୍ନତି ହେଲେ ହିଁ ଭାରତର ବିକାଶ ସମ୍ଭବ ହୋଇପାରିବ । ବର୍ତ୍ତମାନ ସମୟରେ ଭାରତରେ ପ୍ରାୟ ୬.୫ ଲକ୍ଷ ଗାଁ ରହିଛି । ଯେଉଁଠାରେ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୮.୮ ପ୍ରତିଶତ ଲୋକ ବସବାସ କରୁଛନ୍ତି ।  ସାଧାରଣତଃ ଗାଆଁ କଥା ଶୁଣିଲେ ଲୋକେ ନାକ ଟେକନ୍ତି । ସମସ୍ତଙ୍କର ଧାରଣା ଯେ ଗାଁ ଲୋକେ ଆଧୁନିକତାରୁ ଖୁବ ଦୂରରେ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୧୦ ଟି ଗାଁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଲୋକଙ୍କ ଏହି ଧାରଣା ନିଶ୍ଚିତ ରୂପେ ଭୁଲ ପ୍ରମାଣିତ ହେବ ।

୧.ଶନିସିଂହାପୁର, ମହାରାଷ୍ଟ୍ର :

ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ସିଂହାପୁର ଗାଁ ଲୋକେ ନିଜ ଘରେ କବାଟ ଲଗାନ୍ତି ନାହିଁ । ଖାଲି ସେତିକି ନୁହେଁ ଏଠିକା ବ୍ୟାଙ୍କ ଗୁଡିକରେ ମଧ୍ୟ କବାଟ ଲଗାଯାଏ ନାହିଁ । ପ୍ରକୃତରେ ଏହି ଅଞ୍ଚଳରେ ଶନି ଦେବଙ୍କର ଏକ ସୁପ୍ରଶିଦ୍ଦ ମନ୍ଦିର ରହିଛି । ଏଠାକାର ଲୋକଙ୍କ ଭଗବାନ ଶନିଙ୍କ ଉପରେ ମଧ୍ୟ ଗଭୀର ବିଶ୍ୱାସ ଅଛି । ସେମାନଙ୍କ ଅନୁଯାୟୀ ପ୍ରଭୁ ଶନି ହିଁ ସେମାନଙ୍କ ଧନ ସମ୍ପଦର ସୁରକ୍ଷା କରିଥାନ୍ତି ।

sani sinhapur

୨.ଧାରଣାୟି , ବିହାର:

ବିହାରର ଜହାନାବାଦ ଜିଲ୍ଲାର ବୋଧଗୟା ନିକଟରେ ଧରନାଈ ଗାଁ ଅବସ୍ଥିତ । କିଛି ବର୍ଷ ପୂର୍ବେ ଏହି ଗାଁର ଲୋକେ ବିଜୁଳି କଣ ଜାଣିନଥିଲେ । କିନ୍ତୁ ନିଜେ ହିଁ ଏହି ସମସ୍ୟାର ସମାଧାନ କରିବେ ବୋଲି ଲୋକେ ସ୍ଥିର କରିଥିଲେ । ‘ଗ୍ରୀନ ପିସ’ ନାମକ ଏକ ସଂସ୍ଥା ସହାୟତାରେ ଗାଁ ଲୋକେ ସୂର୍ଯ୍ୟାଲୋକ ଦ୍ୱାରା ପରିଚାଳିତ ଏକ ମାଇକ୍ରୋ ଗ୍ରୀଡ଼ର ସ୍ଥାପନ କରିଥିଲେ । ଯାହା ଦ୍ୱାରା ଗ୍ରାମର ୪୫୦ ରୁ ଅଧିକ ଗାଁ ଓ ୫୦ ଅନୁଷ୍ଠାନକୁ ୨୪ ଘଣ୍ଟା ବିଜୁଳି ସହଜରେ ଯୋଗାଯାଇପାରୁଛି ।

୩. ମେଘାଲେଖ, ମହାରାଷ୍ଟ୍ର :

ମେଘାଲେଖ ଗାଁ ମହାରାଷ୍ଟ୍ରର ଏକ ଆଦିବାସୀ ବହୁଳ ଗାଁ । ଭାରତର ଏହି ଗାଁରେ ହିଁ ପ୍ରଥମେ ବାଉଁଶ ଅର୍ଥ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଗାଁରେ ବାସ କରୁଥିବା ୪୫୦ ରୁ ଅଧିକ ସଂଖ୍ୟକ ଗ୍ରାମବାସୀ ବାଉଁଶ ଚାଷ ଉପରେ ନିର୍ଭର କରିଥାନ୍ତି ।

୪. ମତ୍ତ୍ୱୁର, କର୍ଣ୍ଣାଟକ :

କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ମତ୍ତ୍ୱୁର ଗାଁ ଅବସ୍ଥିତ । ବୋଧହୁଏ ଭାରତର ଏହା ଏକ ମାତ୍ର ଗାଁ ଯେଉଁଠିକାର ୫,୦୦୦ ଅଧିବାସୀ ପ୍ରାଚୀନ ସଂସ୍କୃତ ଭାଷାରେ ହିଁ କଥାବାର୍ତ୍ତା କରିଥାନ୍ତି । ଏମିତିକି ୧୦ ବର୍ଷରୁ କମ ବୟସର ପିଲା ମାନେ ବେଦ ଶିକ୍ଷା ଆରମ୍ଭ କରିଦିଅନ୍ତି । ଭାରତୀୟ ସଂସ୍କୃତିକୁ ବଜାୟ ରଖିବାରେ ଏହି ଗାଁ ଏକ ମୁଖ୍ୟ ଭୂମିକା ନିଭେଇଛି କହିଲେ ଚଳେ ।

karnataka

୫. ପୁଂସରି, ଗୁଜୁରାଟ:

ଗୁଜୁରାଟର ସବରାକାଣ୍ଠରେ ଅବସ୍ଥିତ ଏହି ଗାଁରେ ଅତ୍ୟାଧୁନିକ ସୁବିଧା ସୁଯୋଗମାନ ଉପଲବ୍ଧ ହେଉଛି । ଏହି ଛୋଟିଆ ଗାଁରେ ମାଗଣା ୱାଇଫାଇ, ସିସିଟିଭି କ୍ୟାମେରା, ବାତାନୁକୂଳିତ ସ୍କୁଲ, ଶୁଦ୍ଧ ପାଣି, ବାୟୋମେଟ୍ରିକ ମେସିନର ସୁବିଧା ମାନ ଯୋଗାଯାଇଛି । ହୁଏତ ଏମିତି ସୁବିଧା ମାନ କୌଣସି ବଡ ସହରରେ ମଧ୍ୟ ଉପଲବ୍ଧ ନଥିବ ।

୬. ହାଇୱେ ବଜାର:

ହାଇୱେ ବଜାରକୁ ଭାରତର ସବୁଠୁ ଧନୀ ଗାଁ ଭାବେ ଜଣାଯାଏ । ୧୯୯୫ ମସିହା ପୂର୍ବରୁ ଏହା ଏକ ଗରିବ ଗାଁ ଭାବେ ଜଣାଯାଉଥିଲେ ମଧ୍ୟ କିନ୍ତୁ ଏହି ଗାଁର ସ୍ଥିତି ସମ୍ପୁର୍ଣ୍ଣ ରୂପେ ବଦଳି ଯାଇଥିଲା । ଆନା ହଜାରେଙ୍କ କାମରେ ପ୍ରେରିତ ହୋଇ ଗାଁର ସରପଞ୍ଚ ନିଜ ଗାଁର ଚିତ୍ରକୁ ସମ୍ପୁର୍ଣ୍ଣ ରୂପେ ବଦଳେଇଥିଲେ । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ପ୍ରାୟ ୬୦ ରୁ ଅଧିକ କୋଟିପତି ବସବାସ କରନ୍ତି ।

punsari

୭. ମବଳିନନାଙ୍ଗ, ମେଘାଳୟ :

ମେଘାଳୟ ରାଜ୍ୟରେ ଅବସ୍ଥିତ ଏହି ଗାଁକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ । ଏଠିକାର ପ୍ରତି ଘରେ ଶୌଚାଳୟର ବ୍ୟବସ୍ଥା ଥିବା ସହ ଅଳିଆ ଆବର୍ଜନା ପକାଇବା ପାଇଁ ପ୍ରତି ଘର ବାଉଁଶ ଡଷ୍ଟବିନର ବ୍ୟବହାର କରିଥାନ୍ତି । ଆଉ ମଧ୍ୟ ଏହି ଗାଁରେ ଧୂମ୍ରପାନ ,ଓ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୁର୍ଣ୍ଣ ରୂପେ ନିଷେଧ କରାଯାଇଛି ।

୮. ପିପଲାତ୍ରୀ , ରା଼ଜସ୍ଥାନ :

ଏହା ଏମିତି ଏକ ଗାଁ ଯେଉଁଠି ଗୋଟେ ଝିଅ ଜନ୍ମ ହେଲେ ୧୧୧ ଗଛ ସେହି ଅଞ୍ଚଳରେ ଲଗାଯାଇଥାଏ । ଗାଁ ଲୋକେ ଟଙ୍କା ଏକାଠି କରି ଝିଅ ମାନଙ୍କ ନାଁରେ ସ୍ଥାୟୀ ଜମା ରାଶି ଭାବେ ରଖିଥାନ୍ତି । ଯେଉଁ ରାଶିକୁ ପରବର୍ତ୍ତୀ ସମୟରେ ଝିଅ ମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ହିଁ ବିନିଯୋଗ କରାଯାଇଥାଏ ।

jadbanbadi

୯. କଦବାନବାଡୀ, ମହାରାଷ୍ଟ୍ର :

ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଏହି ଗାଁ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏଠିକା ବାସିନ୍ଦା ନିଜ ନିଜ ନିରନ୍ତର ଉଦ୍ୟମରେ ଗାଁକୁ ବର୍ଷସାରା ଶସ୍ୟ ଶ୍ୟାମଳ କରିପାରିଛନ୍ତି ।

୧୦. ଅଚଲା , ଓଡିଶା:

ପୂର୍ବରୁ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଏହି ଗାଁକୁ ସବୁଠୁ ଗରିବ ଗାଁ ଭାବେ ଗଣାଯାଉଥିଲା । ଏବେ କିନ୍ତୁ ଏହାର ଚିତ୍ର ଧୀରେ ଧୀରେ ବଦଳିବାରେ ଲାଗିଛି । କାଜୁ ଚାଷ କରି ଏଠାକାର ବାସିନ୍ଦାଙ୍କ ଅବସ୍ଥା ସୁଧୁରିବାରେ ଆଗ ଅପେକ୍ଷା ସୁଧୁରିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.