Below header

ରଣଜୀ ଟ୍ରଫି: ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଲା ଓଡିଶା

କଟକ: ରଣଜୀ ଟ୍ରଫିରେ ଓଡିଶାର ଆଉ ଏକ ଜୋରଦାର ବିଜୟ । କଟକରେ ଅନୁଷ୍ଠିତ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚରେ ଆଜି ଓଡିଶା ଦଳ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାଜୟ କରିଛି । ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ୧୧୭ ରନ୍ କରିଥିଲା । ଏହାପରେ ଓଡିଶା ୨୫୩ ରନ କରି ୧୩୬ ରନରେ ଆଗୁଆ ରହିଥିଲା । ଦ୍ବିତୀୟ ଇନିଂସରେ ଉତ୍ତରାଖଣ୍ଡ ୧୯୫ ରନ୍ କରି ଅଲ୍ ଆଉଟ୍ ହୋଇଯିବା ପରେ ଓଡିଶା ଆଗରେ ଜିତିବା ପାଇଁ ଏକ ଛୋଟିଆ ବିଜୟ ଲକ୍ଷ ରହିଥିଲା ।

ଦ୍ବିତୀୟ ପାଳିରେ ଓଡିଶା ଦଳ କୌଣସି ୱିକେଟ ନହରାଇ ୬୩ ରନ କରି ୧୦ ୱିକେଟରେ ବିଜୟୀ ହୋଇଛି । ଓଡିଶାର ପ୍ରଥମ ଇନିଂସରେ ଓପନର ସାନ୍ତୁନୁ ମିଶ୍ର ୧୧୦ରନ୍ ଏବଂ ଦ୍ବିତୀୟ ପାଳିରେ ଅପରାଜିତ ୨୯ରନ୍ କରିଥିଲେ । ବୋଲରଙ୍କ ଭିତରୁ ବସନ୍ତ ମହାନ୍ତି ମାତ୍ର ୧୭ ରନ୍ ଦେଇ ୬ ୱିକେଟ ନେବାପରେ ଦ୍ବିତୀୟ ପାଳିରେ ୩ ୱିକେଟ ନେଇଥିଲେ । ଦ୍ବିତୀୟ ଇନିଂସରେ ଓଡିଶାର ଅନ୍ୟ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୫ୱିକେଟ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.