ସିମ୍ବାର ଏକ ବର୍ଷ ପୂର୍ତ୍ତି ଅବସରରେ ରିଲିଜ୍ ହେଲା ରୋହିତ ସେଟ୍ଟୀଙ୍କ ଆଉ ଏକ ଆକ୍ସନ ମୁଭି ‘ସୂର୍ଯ୍ୟବଂଶୀ’ର ଟିଜର

ମୁମ୍ବାଇ : ବଲିଉଡ୍ ମୁଭି ‘ସିମ୍ବା’କୁ ପୂରିଛି ବର୍ଷେ । ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ୍ ଷ୍ଟାରର ମୁଭି ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ବଡ଼ ପରଦାକୁ ଆସିଥିଲା । ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମରେ ସିଙ୍ଘମ ଷ୍ଟାର ଅଜୟ ଦେବଗନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଆସୁଛି ରୋହିତ ସେଟ୍ଟୀଙ୍କ ଆଉ ଏକ ଆକ୍ସନ ମୁଭି ‘ସୂର୍ଯ୍ୟବଂଶୀ’ । ଏଥିରେ ଏକାଠି ନଜର ଆସିବେ ବଲିଉଡର ଥ୍ରୀ ଷ୍ଟାର ।

ଦେଖନ୍ତୁ ଭିଡିଓ:

 

ଅକ୍ଷୟ କୁମାର-ଅଜୟ ଦେବଗନ-ରଣବୀର ସିଂହ । ସିମ୍ବାର ଏକ ବର୍ଷ ପୂର୍ତ୍ତି ଅବସରରେ ଟିଜର ରିଲିଜ୍ ହୋଇଛି । ଏହି ଟିଜରରେ ସିମ୍ବା ଓ ସିଙ୍ଘମ ମୁଭିର କିଛି ଦୃଶ୍ୟର ସହ ‘ସୂର୍ଯ୍ୟବଂଶୀ’ ମୁଭିରେ ତିନି ଷ୍ଟାରଙ୍କ ଆକ୍ସନ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏହି ତିନି ଜଣ ଷ୍ଟାର ଏକାଠି ଅଭିନୟ କରୁଛନ୍ତି । ମାର୍ଚ୍ଚ ୨୭ ତାରିଖରେ ଫିଲ୍ମ ବଡ ପରଦାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.