Below header

ନିଜ ବିବାହରେ ପତିଙ୍କ ସହ ଡ୍ୟାନ୍ସ କଲେ ମୋନା ସିଂ, ଦେଖନ୍ତୁ ଭିଡିଓ

ଟେଲିଭିଜନ ଅଭିନେତ୍ରୀ ମୋନା ସିଂ ଗତ କାଲି ୨୭ ଡିସେମ୍ବରରେ ବିବାହ କରିଛନ୍ତି। ସେ ଦକ୍ଷିଣ ଭାରତୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ବିବାହ କରିଛନ୍ତି। ମୋନା ଏବଂ ଶ୍ୟାମ ଉଭୟ ପରସ୍ପରଙ୍କୁ ଭଲପାଉଥିବା ସମୟରୁ ଡେଟ୍‌ ରେ ଯାଉଥିଲେ ।  ଗତକାଲି ମୋନା ପରିବାର ସଦସ୍ୟଙ୍କ ମଧ୍ୟରେ ବିବାହ କରିଛନ୍ତି।

୩୮ ବର୍ଷିୟ ମୋନା ତାଙ୍କ ବିବାହରେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିବା ସହ ବୋହୂ ବେଶରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ ଶ୍ୟାମ ହଳିଦିଆ ରଙ୍ଗର ସେରଓ୍ଵାନୀରେ ନଜର ଆସିଛନ୍ତି। ମୋନା ନିଜ ବିବାହରେ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି। ଏହାବ୍ୟତୀତ ଅଭିନେତ୍ରୀ ରକ୍ଷଦା ଖାନ ମଧ୍ୟ ମୋନାଙ୍କ ବିବାହରେ ଖୁବ୍‌ ମଜା କରିଛନ୍ତି।

mona-ଏହାପୂର୍ବରୁ ମୋନାଙ୍କ ମେହେନ୍ଦୀ ଏବଂ ହଳଦୀ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ନଜର ଆସିଥିଲେ। ବିବାହ ପୂର୍ବରୁ ମୋନା ବ୍ୟାଚଲର ପାର୍ଟି ମଧ୍ୟ ଆରେଞ୍ଜ କରିଥିଲେ, ଯେଉଁଥିରେ ଟେଲିଭିଜନ ଜଗତର ଅନେକ କଳାକାର ଉପସ୍ଥିତ ଥିଲେ।

https://www.instagram.com/p/B6lal6-lZ2X/?utm_source=ig_web_copy_link

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ୱେବ ସିରିଜ୍‌ ‘ମିଶନ ଓଭର ମାର୍ସ’ ରେ ମୋନା ସିଂ ଇସ୍ରୋର ଜଣେ ବୈଜ୍ଞାନିକ (ମୌସମୀ ଘୋଷ) ଭୂମିକାରେ ଅଭିନୟ କରିଛନ୍ତି। ଏକତା କପୁରଙ୍କର ଏହି ୱେବ ସିରିଜ୍‌ରେ ମୋନାଙ୍କ ଦ୍ୱାରା ଅଭିନୀତ ମହିଳା ସଶକ୍ତିକରଣ ଭାବନା ଭରପୁର ରହିଥିଲା। ଆଠଟି ଏପିସୋଡର ଏହି ୱେବ ସିରିଜ୍‌ ରେ ମୋନା ଜଣେ ସଂଘର୍ଷପୂର୍ଣ୍ଣ ମହିଳାଙ୍କ ଚରିତ୍ର ଉପସ୍ଥାପନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.