Below header

ସତୀଗୁଡ଼ା ଡ୍ୟାମ୍‌ରୁ ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ମୃତଦେହ ଉଦ୍ଧାର, ଗତକାଲି ଅଫିସ୍ ଯାଇ ଆଉ ଫେରିନଥିଲେ ଘରକୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ମୃତ ଦେହ ଉଦ୍ଧାର । ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି । ଡ୍ୟାମ୍ ନିକଟରୁ ତାଙ୍କ ବାଇକ ଓ ହେଲମେଟ ମିଳିଛି । ଗତକାଲି ଅଫିସ୍ ଯାଇ ସେ ଆଉ ଘରକୁ ଫେରିନଥିଲେ । ଆଜି ପରିବାର ଲୋକେ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ଡ୍ୟାମ୍ ନିକଟରେ ଦେବ ନାରାୟଣଙ୍କ ବାଇକ୍ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜିବା ଆରମ୍ଭ ହୋଇଥିଲା । ଡ୍ୟାରୁ ତାଙ୍କ ମୃତଦେହ ମିଳିଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.