Below header

ଏମିତି ଏକ ପୀଠ ଯେଉଁଠି ପୂଜା ପାଆନ୍ତି ପଶୁ ଦେବତା, ଗୃହପାଳିତ ପଶୁଙ୍କ ପାଇଁ ଏଠାରେ ଯାହାବି ମାନସିକ କଲେ ହୋଇଥାଏ ପୂର୍ଣ୍ଣ

ଯାଜପୁର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠ ଓ ସେଠାକାର ଆଲୌକିକ ମହିମା ସମ୍ପର୍କରେ ଶୁଣିଥିବେ ନିଶ୍ଚୟ । ହେଲେ ଆଜି ଆମେ ଏପରି ଏକ ପୀଠ ବିଷୟରେ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି କୌଣସି ଗୃହପାଳିତ ପଶୁଙ୍କର ଦେହ ଖରାପ ହୋଇଥାଏ ତେବେ ଏହି ପୀଠରେ ମାନସିକ କଲେ ଭଲ ହୋଇଯାଏ ସବୁ ରୋଗ । ଯଦି କାହାର ଗାଈ କିମ୍ବା ବଳଦ ହଜିଯାଇଥାଏ ତେବେ ମାନସିକ କଲେ ମିଳିଯାଏ । ବିଜ୍ଞାନ ଯୁଗରେ ଏହି ବିଶ୍ୱାସ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହି ପୀଠ ଅଛି ଯାଜପୁର ଜିଲ୍ଲା କୋରାଇ ବ୍ଳକ୍‌ ମୁକୁନ୍ଦପୁର ଗାଁରେ । ଆଉ ବୈତରଣୀ ନଦୀ କୂଳରେ ଥିବା ଏହି ପୀଠରେ ପୂଜା ପାଆନ୍ତି ପଶୁ ଦେବତା ନାଁରେ ପ୍ରସିଦ୍ଧ ମହାପୁରୁଷ ମୁନୀ ଦକ୍ଷୀଣିଚନ୍ଦ୍ର ।

mina bazarପ୍ରତ୍ୟେକ ବର୍ଷ ପୌଷ ମାସ ବଉଳା ଅମାବାସ୍ୟାରେ ଏଠାରେ ମେଳା ଅନୁଷ୍ଠିତ ହୋଇଥାଏ । ପ୍ରାୟ ଦୁଇ ଦିନ ଧରି ଚାଲେ ଏହି ମେଳା । ନିଜ ଗୃହପାଳିତ ପଶୁ ପକ୍ଷୀଙ୍କ ଆରୋଗ୍ୟ ମନାସି ଦୂରଦୂରାନ୍ତରୁ ଲୋକ ଧାଇଁ ଆସିଛନ୍ତି ଏହି ଅଲୌକିକ ସ୍ଥାନକୁ । ଏହି ସମୟରେ ଉତ୍ସବମୁଖର ହୋଇଉଠେ ସମଗ୍ର ଅଞ୍ଚଳ । ମେଳା ପାଇଁ ବସେ ମୀନାବଜାର । ଯାହାକୁ ମନଭରି ଉପଭୋଗ କରନ୍ତି ସ୍ଥାନୀୟ ଲୋକେ । ଏହି ପୀଠ ପ୍ରତି ସରକାର ଦୃଷ୍ଟି ଦେଇ ଏହାର ବିକାଶ ପାଇଁ ଦାବୀ ଜଣାଇଛନ୍ତି ସ୍ଥାନୀୟ ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.