Below header

ଏଇତ ଜୀବନର ପ୍ରକୃତ ସଂଘର୍ଷ, ପେଟ ପାଇଁ ହାଡ ଭଙ୍ଗା ଶୀତରେ ଏମିତି କିଛି କରି ଦିବ୍ୟାଙ୍ଗମାନେ ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ୱର: ଆଜିକାଲି ସମାଜ ଯେତେ ଆଗକୁ ବଢିବାରେ ଲାଗିଛି ଲୋକେ କିପରି ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର କରିବେ ସେଭଳି ପନ୍ଥାକୁ ଆପଣାଇବାରେ ଲାଗିଛନ୍ତି । ଯାହାଫଳରେ ବିଶେଷ କରି ଯୁବପୀଢିମାନେ ଅନେକ ଅପରାଧରେ ସଂଶ୍ଳିଷ୍ଟ ହେଉଛନ୍ତି । ଅନ୍ଯପଟେ ହାତ ଗୋଡ ସକ୍ଷମ ଥାଇ କିଛି କର୍ମ କୋଢିଆ ଲୋକ ଭିକ୍ଷାକୁ ପେଶା ଭାବରେ ଆପଣାଇ ନେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ସାମ୍ନାରେ ଏମିତି ଏକ ଖବର ଉପସ୍ଥାପନ କରିବୁ ଯାହା ଜାଣିବା ପରେ ଆପଣ ଜୀବନର ପ୍ରକୃତ ସଂଘର୍ଷ କଣ ତାହା ନିହାତୀ ଉପଭୋଗ କରିପାରିବେ।

songନୟାପଲ୍ଲୀ ଆଇଆରସି ଭିଲେଜ୍ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା ଏମିତି ଏକ ଦୃଶ୍ୟ । ଯେଉଁଠାରେ କିଛି ଦିବ୍ୟାଙ୍ଗ ଯୁବକ, ଯୁବତୀ ,ମହିଳା ମିଶି ଗୀତ ଗାଉଥିଲେ । ଖାଲି ଗୀତ ନୁହେଁ ଏହା ସହିତ ସୁନ୍ଦର ବାଜା , କ୍ୟାସିଓ ମଧ୍ଯ ବଜାଉ ଥିଲେ । ଯାହାକୁ ଦେଖି ବାଟରେ ଯାଉଥିବା ଲୋକେ ଟିକେ ଅଟକି ଯାଉଥିଲେ । ସମସ୍ତେ ଭାବିଥିଲେ ମନ୍ଦିର ତରଫରୁ କୌଣସି ପ୍ରୋଗ୍ରାମର ଆୟୋଜନ କରାଯାଇଛି । ହେଲେ ବାସ୍ତବରେ ଏହା ନଥିଲା ।

ଯାହା ଜଣାପଡିଥିଲା ତାହାକୁ ଜାଣିବା ପରେ କୋହରେ ହୃଦୟ ଭରି ଉଠିଥିଲା। ଯାହାକୁ ଆପଣ ମଧ୍ଯ ଶୁଣିବାପରେ ଭାବବିହ୍ବଳ ହୋଇପଡିବେ। ତେବେ ସତ କଥାଟି ହେଉଛି ଏମାନେ ଏତେ ହାଡ଼ ଭଙ୍ଗା ଶୀତ ରାତିରେ ଖୋଲା ଆକାଶ ତଳେ ବସି ଭିକ ସିନା ମାଗୁ ନଥିଲେ କିନ୍ତୁ ପେଟ ପାଇଁ ଏଭଳି ନିଆରା ପ୍ରୟାସ ଆପଣାଇଥିଲେ ।

danaଦର୍ଶକବନ୍ଧୁ ଶ୍ରୀ ଶ୍ରୀ କପିଳେଶ୍ବର ଦିବ୍ୟାଙ୍ଗ ଭଜନ ସଂଧ୍ୟା ଇଣ୍ଡିଆ ଚ୍ୟାରିଟେବୁଲ୍ ଫାଉଣ୍ଡେସନ। ଯେଉଁଥିରେ ମୋଟ୍ ୩୦ ଦିବ୍ୟାଙ୍ଗ ପିଲା କାମ କରନ୍ତି । ସେମାନଙ୍କ ଭିତରୁ ୧୨ ଜଣ ଭୁବନେଶ୍ବର ଭରତପୁରରେ ରୁହନ୍ତି । ତାଙ୍କୁ ଏକାଠି କରିଥିବା ବ୍ଯକ୍ତି ଟୁନା ପୃଷ୍ଟି ବି ନିଜେ ଜଣେ ଦିବ୍ୟାଙ୍ଗ । ସେମାନେ ନିଜ ଜୀବନ ବଞ୍ଚିବାକୁ, ପେଟ ପୋଷିବାକୁ ଭିକ୍ଷା ବ୍ରୁତି ଭଳି କୌଣସି ବାଟ ଧରି ନାହାନ୍ତି । ସମାଜରେ ସମ୍ମାନର ସହ ବଞ୍ଚି ରହିବା ପାଇଁ ଏଭଳି ଏଭଳି ଏକ କାମକୁ ଆପଣେଇଛନ୍ତି । ଯାହାକୁ ଆପଣ ପ୍ରଶଂସା ନକରି ରହି ପାରିବେନି ।

ସେମାନେ ଏକ ଦଳ ଗଢ଼ି ନିଜେ ଗୀତ ଓ ଭଜନ ଆଦି ଗାଇ ସେଥିରୁ ହେଉଥିବା ରୋଜଗାରରେ ଚଳୁଛନ୍ତି ଏବଂ ବାଦ୍ୟ ସାମଗ୍ରୀ ଆଦି କ୍ରୟ କରୁଛନ୍ତି । ସବୁଠାରୁ ବଡ କଥା ସେମାନେ ଦିବ୍ଯାଙ୍ଗ ହୋଇଥିବାରୁ କେବେ ଦୁଃଖ ପ୍ରକାଶ କରିବେ ନାହିଁ ବୋଲି ନିଜ ମନ ଭିତରେ ଠିକ୍ କଲେ । ଆଉ ସେମାନଙ୍କ ଭିତରେ ଥିବା କଳା ମାଧ୍ୟମରେ ଦି ପଇସା ରୋଜଗାର କରି ବଞ୍ଚିବା ପାଇଁ ରାହା ଖୋଜିଲେ । ତେବେ ଏ ଦୃଷ୍ଟିହୀନ ଦିବ୍ୟ।ଙ୍ଗ ମାନଙ୍କ ଏହି ପଦକ୍ଷେପ ବାସ୍ତବିକ୍ ପ୍ରଶଂସା ଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.