Below header

DRDO ରେ ବମ୍ପର ନିଯୁକ୍ତି, ନିଯୁକ୍ତି ପାଇଁ ଖାଲି ରହିଛି ୧୮୧୭ଟି ପଦବୀ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଚାକିରୀ ପାଇଁ ବମ୍ପର ନିଯୁକ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମଲ୍ଟି ଟାସ୍କିଂଗ ଷ୍ଟାଫ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବପିଢୀ ପାଇଁ ଏହା ଏକ ଭଲ ଖବର। ଏହି ପଦବୀରେ ଚାକିରୀ ପାଇବା ପାଇଁ ଅନଲାଇନ୍‌ ଆବେଦନ ୨୩ ଡିସେମ୍ବର, ୨୦୧୯ରୁ ଆରମ୍ଭ ହୋଇସାରିଛି।

ପଦବୀ ନାମ ଏବଂ ପଦ ସଂଖ୍ୟା:

ମଲ୍ଟି ଟାସ୍କିଂ ଷ୍ଟାଫ(ଏମଟିଏସ) – ୧,୮୧୭

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନ କରିଥିବା ପାର୍ଥୀମାନଙ୍କ ବୟସ ସୀମା ନ୍ୟୁନତମ ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୫ ବର୍ଷ ନିର୍ଧାରିତ କରାଯାଇଛି।

drdoମହତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ପତ୍ର ଜମା କରିବାର ଆରମ୍ଭ ତାରିଖ- ୨୩ ଡିସେମ୍ବର ୨୦୧୯

ଅନଲାଇନ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୨୩ ଜାନୁଆରୀ ୨୦୨୦(ସଂନ୍ଧ୍ୟା ୦୫.୦୦)

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ ଶ୍ରେଣୀରେ ଉତିନ୍ନ ହୋଇଥିବେ କିମ୍ବା ଆଇଟିଆଇ ପାସ୍‌ ଅନିବାର୍ଯ୍ୟ।

job-ଆବେଦନ ପକ୍ରିୟା:

ଏହି ପଦବୀରେ କରିବା ପୂର୍ବରୁ ଆବେଦନକାରୀ ଦିଆଯାଇଛି ସୂଚନା ନିଶ୍ଚୟ ପଢନ୍ତୁ। ସମସ୍ତ ସୂଚନା ଜାଣିବା ପରେ ଆବେଦନ ପ୍ରକ୍ରିୟା ପୁରା କରନ୍ତୁ। କୌଣସି ପ୍ରକାର ତ୍ରୁଟି ରହିଥିଲେ ଆବେଦନ ପତ୍ର ସ୍ୱିକାର କରାଯିବ ନାହିଁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ଟେଷ୍ଟ ଟିୟର-୧ (ସ୍କ୍ରିନିଂଗ) ଏବଂ ଟିୟର-୨ (ଅନ୍ତିମ ଚୟନ) ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.