Below header

ଆମ୍ବୁଲାନ୍ସ ଭଳି ଡ୍ରେସ୍ ପିନ୍ଧି କୁକୁର ଦେଉଛି ସାଇରନ୍ ଭଳି ଆଓ୍ଵାଜ୍‌! ଦେଖନ୍ତୁ ଏହି ମଜାଦାର ଭିଡିଓ

କାନାଡାରେ ଘଟିଥିବା ଏକ ଅଜବ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛି। ଏକ ଅଷ୍ଟ୍ରେଲିୟନ୍ ଶେଫର୍ଡ କୁକୁର ଆମ୍ବୁଲାନ୍ସ ଭଳି ଡ୍ରେସ୍ ପିନ୍ଧି ମୁହଁରୁ ବାହାର କରୁଛି ସାଇରନ୍ ଭଳି ଆଓ୍ଵାଜ୍‌। ଏତିକି ହିଁ ନୁହେଁ, ରିଭର ନାମକ କୁକୁର ଏହି ସମୟରେ ନିଜ ମାଲିକାଣୀ ଉପରେ ମଧ୍ୟ କଡ଼ା ନଜର ରଖୁଛି। ମାଲିକାଣୀ ତା’ର ଭିଡିଓ ବନାଉଛନ୍ତି କି ନାହିଁ ତାହା ସେ ଦେଖୁଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଏହାର ଖୁବ୍ ମଜା ନେଉଛନ୍ତି।

dog1

ପ୍ରକୃତ କଥା ହେଲା, ଆମେରିକା ସହ ଅନ୍ୟ କେତେକ ଦେଶରେ ହାଲୋଓ୍ଵିନ୍ ନାଁରେ ଏକ ଉତ୍ସବ ପାଳନ କରାଯାଇଥାଏ। ଏଥିରେ ଲୋକେ ଅଜବ ଅଜବ କପଡ଼ା ପିନ୍ଧି ନିଜକୁ ଭୟଙ୍କର ବେଶରେ ସଜାଇଥାଆନ୍ତି। ଏପରି କି, ଭୟଙ୍କର ମେକ୍‌ଅପ ମଧ୍ୟ ନେଇଥାଆନ୍ତି। ତେଣୁ ହାଲୋଓ୍ଵିନ୍‌କୁ ନଜରରେ ରଖି ରିଭରର ମାଲିକାଣୀ ଏଲିଆ ବୁକ୍ସ ବି ନିଜ କୁକୁରକୁ ସେହିଭଳି ମେକ୍‌ଅପ ଦେଇଥିଲେ। ଆମ୍ବୁଲାନ୍ସ ଭଳି ଦେଖାଯାଉଥିବା ଏକ ବକ୍ସକୁ ସେ ରିଭରକୁ ପିନ୍ଧାଇ ଦେଇଥିଲେ। ଆଉ ପଛପଟେ ଆମ୍ବୁଲାନ୍ସ ସାଇରନ୍‌ର ଅଡିଓ ବଜାଇଥିଲେ ଏବଂ ରିଭରର ଭିଡିଓ ରେକର୍ଡ କରିବାକୁ ଲାଗିଥିଲେ। ସାଇରନ୍‌ର ଅଡିଓ ଶୁଣି ରିଭର ମଧ୍ୟ ନିଜ ମୁହଁରୁ ସେହିଭଳି ଆଓ୍ଵାଜ୍ ବାହାର କରୁଥିଲା।

ଏହାସହ ପଢ଼ନ୍ତୁ: ଛାତ ଉପରେ କ୍ରଶ ହେଲା ବିମାନ, ନିଆଁ ଲାଗି ପାଉଁଶ ହୋଇଗଲା ଦୁଇଟି ଘର, ଦେଖନ୍ତୁ ଭିଡିଓ

ଏହି ଭିଡିଓକୁ ଫେସ୍‌ବୁକରେ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। କୁକୁରପ୍ରେମୀ ଲୋକଙ୍କ ଲାଗି ସ୍ୱତନ୍ତ୍ର ଭାବେ ବନାଯାଇଥିବା ପେଜ୍ ‘ଉଫ୍ ଉଫ୍‌’ରେ ଭିଡିଓକୁ ଶେୟାର କରାଯାଇଛି। ଏହାକୁ ୨୨ ହଜାରରୁ ଅଧିକ ଥର ଶେୟାର କରାଯାଇଥିବା ବେଳେ ୩୦ ହଜାରରୁ ଅଧିକ ଲାଇକ୍ ମିଳିଛି।

video courtesy: woof

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.