ଏକ ଛୋଟ ଭୁଲ୍‌ ନେଇଗଲା ମହିଳାଙ୍କ ବାକ୍‌ଶକ୍ତି, ଯାହା ଯୋଗୁଁ ୧୨ ବର୍ଷ ପର୍ଯ୍ୟନ୍ତ ହୋଇଯାଇଥିଲେ ମୂକ

ଏହି ଦୁନିଆରେ କୌଣସି ବି ମଣିଷ ସହ କିଛି ବି ଘଟଣା ଘଟିପାରେ। ଆପଣଙ୍କର ଏପରି କିଛି ଛୋଟ ଭୁଲ୍‌ ଆପଣଙ୍କ ପାଇଁ ବଡ ସମସ୍ୟା ଆଣିପାରେ। ଏମିତି ଏକ ଘଟଣା ବ୍ରିଟେନ ଜନ୍ମିତ ମେରୀ ମେକାର୍ଡିଙ୍କ ସହିତ ଘଟିଛି। ମେରୀଙ୍କର ଏକ ଛୋଟ ଭୁଲ୍‌ ପାଇଁ ସେ ନିଜ ବାକ୍‌ଶକ୍ତି ହରାଇ ଦେଇଥିଲେ। ଯେଉଁଥିପାଇଁ ମେରୀ ୧୨ ବର୍ଷ ପର୍ଯ୍ୟନ୍ତ କଥା କହିପାରିନଥିଲେ।

marry

ଘଟଣା ମୁତାବକ, ୧୯୭୦ ମସିହାରେ ବ୍ରିଟେନ ଜନ୍ମିତ ମେରୀ ନିଜ ପରିବାର ସହିତ ଅଷ୍ଟ୍ରେଲିଆରେ ରହିବାକୁ ଆସିଥିଲେ। ସେଠାରେ ରହି ସେ ସ୍ଥାନୀୟ ଭାଷା ଶିଖିବା ସହ ନୂଆ ଜୀବନ ଆରମ୍ଭ କରିବାକୁ ଲାଗିଲେ। କିନ୍ତୁ ଗୋଟେ ମାସ ପରେ ମେରୀ ବାକ୍‌ଶକ୍ତି ହରାଇବାକୁ ଲାଗିଲେ। ସେ ଛଅସପ୍ତାହ ପର୍ଯ୍ୟନ୍ତ କିଛି କହିପାରିନଥିଲେ। ମେରୀ କଥା କହିପାରୁନଥିବାରୁ ଧୀରେ ଧୀରେ ଅବସାଦ ଗ୍ରସ୍ତ ହୋଇଗଲେ। ଏହି କାରଣ ଯୋଗୁଁ ସବୁବେଳେ ରାଗରେ ରହୁଥିଲେ ମେରୀ। ଖାସ୍‌ ଏଥିପାଇଁ ୧୪ ବର୍ଷ ବୟସରେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ମେରୀ ଉଦ୍ୟମ ଚେଷ୍ଟା କରିଥିଲେ।

ଏହାସହ ପଢ଼ନ୍ତୁ ; ଏହି ଜାଗାକୁ ସୁନ୍ଦରୀ କନ୍ୟା ଖୋଜିବାକୁ ଆସନ୍ତି ଯୁବକ, ଦେବାକୁ ପଡ଼େ ଲକ୍ଷ ଲକ୍ଷ ଟଙ୍କା!

mery coin

ଏହାପରେ ତାଙ୍କୁ ମାନସିକ ରୋଗୀ ହସିପିଟାଲକୁ ପଠାଇଦିଆଗଲା। ୨୫ ବର୍ଷ ବୟସରେ ମେରୀଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହେବାକୁ ହୋଇଗଲା। ସେଠାରେ ତାଙ୍କର ବାରମ୍ବାର କାଶ ହେବା ସହ ପାଟିରୁ ରକ୍ତ ବାହାରିଥିଲା। ସେତେବେଳେ ତାଙ୍କ ତଣ୍ଟିରେ କିଛି ଅଟକି ରହିଛି ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ମେରୀ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ବାହାର କରିବା ପରେ ଜଣାପଡିଥିଲା କି, ତାଙ୍କ ତଣ୍ଟିରେ ତିନି ପଇସାଟିଏ ଲାଗିଥିଲା। ଏହା ମେରୀଙ୍କ ତଣ୍ଟିରେ ୧୯୬୦ରୁ ଫସି ରହିଥିଲା, ଯାହା ବିଷୟରେ ମେରୀ ସଂପୂର୍ଣ୍ଣ ଭାବେ ଅଜଣା ରହିଥିଲେ। ତାହାକୁ ଡାକ୍ତର କାଢିବା ପରେ ମେରୀଙ୍କ ବାକ୍‌ଶକ୍ତି ଫେରିଆସିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.