Below header

ଏୟାର ପୋର୍ଟ ସାଇନ ବୋର୍ଡର ଫଟୋ ସେୟାର କରି ନିଜେ ଆଶ୍ଚର୍ଯ୍ୟ ହେଲେ ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ

ବଲିଉଡର ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ ସୋସିଆଲ ମିଡିଆରେ ସାଧାରଣତଃ ଅଧିକ ଆକ୍ଟିଭ ରୁହନ୍ତି । ପ୍ରାୟ ସବୁ ସମୟରେ ସେ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ କିଛି ନ କିଛି କମେଣ୍ଟ କରି ଚର୍ଚ୍ଚାକୁ ଆସିଥାନ୍ତି । କିନ୍ତୁ ନିକଟରେ ସାବନା ଆଜମୀ ନିଜ ସୋସିଆଲ ଆକାଉଣ୍ଟରେ ଏମିତି ଏକ ଫୋଟୋ ସେୟାର କରିଛନ୍ତି ଯାହାକୁ ଦେଖି ସେ ନିଜେ ବି ବିସ୍ମିତ ହୋଇଗଲେ ।କିଛି ଦିନ ତଳେ ସାବନା ଆଜମୀ ଚେନ୍ନାଇ ଏୟାରପୋର୍ଟରେ ଥିବା ଏକ ସାଇନ ବୋର୍ଡର ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏୟାର ପୋର୍ଟର ଏହିଷ୍ଟାମ୍ପର ଫୋଟୋଟି ଅବଶ୍ୟ ବହୁ ପୁରୁଣା । ଏଠାରେ ହିନ୍ଦୀରେ ଲେଖାଯାଇଥିଲା ‘ଫର୍ସ ପର ଖାନା ମନା ହେ’ । ଯାହାକୁ ଇଂରାଜୀରେ ‘Eating carpet strictly prohibited’ ବୋଲି ଲେଖା ହୋଇଥିଲା

sabna ajmi

ଯାହାର ମାନେ ଏହାର ପ୍ରକୃତ ମାନେ ହିନ୍ଦୀ ଲେଖା ଠାରୁ ସମ୍ପୂର୍ଣ୍ଣ ଅଲଗା । ଏହି ନିକଟରେ ସାବନା ସୋସିଆଲ ମିଡିଆରେ ଟ୍ରଲ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି । ପ୍ରକୃତରେ ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ପ୍ରସଶଙ୍କ ମାନଙ୍କୁ ଦୀପାବଳି ଶୁଭକାମନା ଦେବା ପାଇଁ ନିଜ ପରିବାର ସହ ଏକ ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ଫୋଟୋରେ ସେ ନିଜେ, ତାଙ୍କ ପତ୍ନୀ ଓ ପୁଅର କେବଳ ଆଖି ଦେଖା ଯାଉଥିବା ବେଳେ ମୁଣ୍ଡରେ ଟୀକା ଲଗାଯାଇଥିବା ଦେଖାଯାଇଥିଲା । ଶାହରୁଖ ଦ୍ୱାରା ପୋଷ୍ଟ ହୋଇଥିବା ଏହି ଫୋଟୋଟି ଦେଖି କିଛି ୟୁଜର୍ସ ମାନେ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ଏହି କଥା ସାବନାଙ୍କୁ ଜଣା ପଡିଥିଲା ସେ ୟୁଜର୍ସ ମାନଙ୍କୁ କଡା ଜବାବ ଦେବା ଆରମ୍ଭ କରିଦେଇଥିଲେ ।

ଏହା ସହ ପଢନ୍ତୁ: କେମିଓ କରିବେ ଶାହାରୁଖ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ କଲେ ଏଣ୍ଟ୍ରି

sahrukh

ପ୍ରକୃତରେ ଶାହରୁଖ ଖାନଙ୍କୁ ଫୋଟୋରେ ତିଳକ ଲଗାଇଥିବା ଦେଖି ୟୁଜର୍ସ ମାନେ ତାଙ୍କୁ ଝୁଠା ମୁସଲମାନ ବା ମିଛ ଇସଲାମ ଧର୍ମୀ କହିବା ଆରମ୍ଭ କରିଦେଇଥିଲେ । ଜବାବରେ ସାବନା କହିଛନ୍ତିକି ଇସଲାମ ଧର୍ମ ଏତେ ବି ଦୁର୍ବଳ ନୁହେଁ ଯେ ସୁନ୍ଦର ଭରତୀୟ ପରମ୍ପରା ଗୁଡିକୁ ମଧ୍ୟ ଏହା ମାନି ପାରିବ ନାହିଁ । ଏହା ସହ ସେ ଏପରି କମେଣ୍ଟ ଦେବା ନିହାତି ଲଜ୍ୟାର ବିଷୟ ବୋଲି ମଧ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.