କଟକ: ବନିଶୀ କଣ୍ଟାରେ ଲାଗିଲା ବିରଳ କଇଁଛ, ଚିକିତ୍ସା ପାଇଁ  ପଠାଗଲା ଓୟୁଏଟି

କଟକ(କେନ୍ୟୁଜ୍): ବନିଶୀ କଣ୍ଟାରେ  ଲାଗିଲା ବିରଳ କଇଁଛ। କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡାରୁ ଉଦ୍ଧାର ହେଲା ଏହି ବିରଳ କଇଁଛ । କିଛି ଲୋକେ ବନିଶୀ ପକାଇ ମାଛ ଧରୁଥିବା ସମୟରେ  ବନିଶୀ କଣ୍ଟାରେ ଲାଗିଥିଲା ଏହି ବିଶାଳ କଇଁଛ । ବିନିଶୀ  କଣ୍ଟାର ଅଘାତ ପାଇ କଇଁଛଟି ଅସୁସ୍ଥ ହୋଇପଡିଥିବାରୁ ତାକୁ ଚିକିତ୍ସା ପାଇଁ ଭୁବନେଶ୍ବର ଓୟୁଏଟିକୁ ଆଣିଲା ବନବିଭାଗ । କଇଁଛର ଓଜନ ପାଖାପାଖି ୫୦କେଜି ବୋଲି ଜଣା ପଡିଛି। କଇଁଛଟିକୁ ଦେଖିବାକୁ ଆଖାପାଖରେ ଆନେକ ଜନ ସମାଗମ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.