Below header

ଏବେ ଆଉ ମାଲିବାହୀ ଟ୍ରେନରୁ ହେବ ନାହିଁ ଚୋରି, ଜିନିଷର ଦେଶାଶୁଣା କରିବାକୁ ନିୟୋଜିତ ହେବେ ସଶସ୍ତ୍ର ରକ୍ଷକ ଦଳ

ରେଲୱେ ମାଲଗାଡିରୁ ଜିନିଷ ଚୋରିର ସୁରକ୍ଷା ଏବଂ ଚୋରିକୁ ରୋକିବାକୁ ପ୍ରଥମ ଥର ପାଇଁ ସଶସ୍ତ୍ର ରକ୍ଷକ ଦଳକୁ ନିୟୋଜିତ କରିବେ। ଏକ ବୟାନରେ ରେଲୱେ ଜଣାଇଛି ଯେ ଆରମ୍ଭରେ ରକ୍ଷକ ଦଳଙ୍କୁ ପୂର୍ବ ରେଲୱେ ଜୋନରେ ନିୟୋଜିତ କରାଯିବ। ଛଅ ମାସ ପରେ ଏହାର ସମୀକ୍ଷା କରାଯିବ ଏବଂ ଏହାପରେ ଯାଇ ଅନ୍ୟ ଜୋନରେ ଲାଗୁ କରାଯିବ।

ରେଲୱେ ବୋର୍ଡର ଆଦେଶରେ କୁହାଯାଇଛି ବିଗତ ଦିନ ମାନଙ୍କରେ ମାଲଗାଡିରୁ ଚୋରି ହେଉଥିବା ମାମଲା ବହୁତ ସାମ୍ନାକୁ ଆସିଛି। ଏଥିପାଇଁ ରକ୍ଷକ ଦଳକୁ ନିୟୋଜିତ କରିବାର ନିଷ୍ପତ୍ତି ନିଆଯାଇଛି।

trainରେଲୱେ ଜଣାଇଛି ମାଲ ପଠାଉଥିବା ଲୋକ ଏବଂ ମାଲ ପାଉଥିବା ଲୋକଙ୍କ ଉଭୟ ହସ୍ତାକ୍ଷରିତ ଅନୁରୋଧ ଆଧାରରେ ରକ୍ଷକ ଦଳ ନିୟୋଜିତ କରାଯିବ। ଅନୁରୋଧ ପତ୍ରରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ଏବଂ ସିକ୍ୟୁରିଟୀ ଏଜେନ୍ସୀଙ୍କ ନାମ ମଧ୍ୟ ଦେବାକୁ ହେବ। ଏହାସହିତ ପ୍ରେଷକ ଏବଂ ପ୍ରାପ୍ତକର୍ତ୍ତାଙ୍କୁ ଏହା ସୁନିଶ୍ଚିତ କରାଇବାକୁ ହେବ ଯେ ମାଲଗାଡିରେ ନିୟୋଜିତ ରକ୍ଷକ ଦଳ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଆଇନକୁ ପାଳନ କରିବେ।

ଏହାସହିତ ଆରପିଏଫ, ଜିଆରପିଏଫ ଏବଂ ପୋଲିସଙ୍କୁ ସୁରକ୍ଷା ଏଜେନ୍ସ ଏବଂ ଗତିବିଧି ବିଷୟରେ ସମୟ ପୂର୍ବରୁ ସୂଚିତ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.