ଫୁଲବାଣୀରେ କରୋନା! ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପରେ ଛାତ୍ର ଜଣଙ୍କ କଟକ ବଡ ମେଡିକାଲରେ ଭର୍ତ୍ତି

ଫୁଲବାଣୀ: ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ସନ୍ଦେହ ହେବା ପରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ଅଣାଯାଇ SCBର କରୋନା ୱାର୍ଡରେ ତାଙ୍କୁ ରଖାଯାଇଛି। ରକ୍ତ ନମୁନା ସଂଗ୍ରହ କରାଯାଇ ଏନଆଇଭି ପୁନେକୁ ପରୀକ୍ଷା ପାଇଁ ପଠାଯାଇଛି। ତାଙ୍କୁ ନିରୀକ୍ଷଣରେ ରଖାଯାଇଥିବା ଡାକ୍ତର କହିଛନ୍ତି। ଛାତ୍ର ଜଣକ ଚୀନ୍‌ରୁ ଗତ ୧୧ ତାରିଖରେ ଘରକୁ ଆସିଥିଲେ । ପରେ ଥଣ୍ଡା, କାଶ ଛାଡୁନଥିବା କହି ସିଡିଏମଓଙ୍କୁ ଚିଠି ଲେଖି ଜଣାଇଥିଲେ । ଏହାପରେ ପ୍ରଥମେ ତାଙ୍କୁ ମାସ୍କ ଦିଆଯାଇ ଫୁଲବାଣୀ ମେଡିକାଲର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.