ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଅରୁଣ ଜେଟଲି, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଆଡମିଟ୍‌ ହୋଇଛନ୍ତି । ଜେଟଲୀଙ୍କୁ କାର୍ଡିଓ ନ୍ୟୁରୋ ୱାର୍ଡରେ ଅବଜରଭେସନ୍‌ରେ ରଖିଯାଇଛି । ଏଣ୍ଡୋକ୍ରାଇନୋଲୋଜିଷ୍ଟ, କାର୍ଡିଓଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟର ଡାକ୍ତରୀ ଦଳ ଜେଟଲୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଗୃହମନ୍ତ୍ରୀ ଅମିତ ଶାହ, ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖ ଏମସରେ ପହଞ୍ଚି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଏମ୍‌ସ ପକ୍ଷରୁ କୁହାଯାଇଛି

AIIMS REPORT

ସୂଚନା ଅନୁସାରେ, ଅରୁଣ ଜେଟଲି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏଠାରେ ରୁଟିନ୍‌ ଚେକ୍‌ଅପ କରାଇଥିଲେ। ଗତ କିଛିଦିନ ହେବ ସେ ଅସୁସ୍ଥତା ଅନୁଭବ କରୁଛନ୍ତି। ଏହି କାରଣରୁ ସେ ମୋଦି ସରକାରଙ୍କ ଦ୍ୱିତୀୟ କ୍ୟାବିନେଟରେ ସାମିଲ ହୋଇପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏ ନେଇ ସେ ସରକାରଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଜେଟଲି ଟୁଇଟରରେୁ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ‘ଗତ ୧୮ ମାସ ଧରି ମୁଁ ଅସୁସ୍ଥ ଅଛି। ଦେହ ଖରାପ ରହିଛି, ତେଣୁ ମୋତେ ମନ୍ତ୍ରୀ ନ କରିବାକୁ ବିଚାର କରନ୍ତୁ। ମୁଁ ଆପଣଙ୍କୁ ଔପଚାରିକ ଭାବେ ଅନୁରୋଧ କରି ଲେଖୁଛି କି, ମୋତେ ନିଜ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ପାଇଁ ଉଚିତ ସମୟ ଦରକାର। ଆଉ ଏଥିପାଇଁ ମୁଁ ନୂଆ ସରକାରରେ କୌଣସି ପ୍ରକାର ଦାୟିତ୍ୱ ନେବାକୁ ଚାହୁଁନାହିଁ।