୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ, କାହାକୁ ମିଳିଛି କେଉଁ ଜିଲ୍ଲା?
୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ହୋଇଛନ୍ତି ପ୍ରତାପ ଜେନା । ସେହିପରି ବାଲେଶ୍ୱର ପାଇଁ ଅନନ୍ତ ଦାସ, ଭଦ୍ରକରେ ବ୍ୟୋମକେଶ ରାୟ, ଯାଜପୁରରେ ସମୀର ରଞ୍ଜନ ଦାସ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି , କଟକରେ ଡ. ପ୍ରମୋଦ କୁମାର ମଲ୍ଲିକ, ପୁରୀ ପାଇଁ ନିରଞ୍ଜନ ପୂଜାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଯୁକ୍ତି ମିଳିଛି । ସେହିପରି ନୟାଗଡ଼ ପାଇଁ ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମର ଶ୍ରୀକାନ୍ତ ସାହୁ, ବୌଦ୍ଧ ପାଇଁ ମହୀଧର ରଣା, ଗଜପତି ପାଇଁ ଜଗନ୍ନାଥ ସାରକା, କନ୍ଧମାଳର ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବିକ୍ରମ କେଶରୀ ଆରୁଖ ନିଯୁକ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ: କିଛି ଦିନ ପରେ ଅଗଷ୍ଟ ୧୫ ପାଇଁ ଉତ୍ସବ ମୁଖରିତ ହେବ ପଳ୍ଲୀରୁ ଦିଲ୍ଲୀ, ଜାଣନ୍ତୁ ଓଡିଶାରେ କେଉଁ ମନ୍ତ୍ରୀ ଓ ପ୍ରଶାସକ କେଉଁଠାରେ କରିବେ ପତାକା ଉତ୍ତୋଳନ
ସୋନପୁରରେ ସୁଦାମ ମାରାଣ୍ଡି, ରାୟଗଡ଼ାରେ ପଦ୍ମିନୀ ଦିଆନ, କୋରାପୁଟ ପାଇଁ ରଘୁରାମ ପଡ଼ାଲ,ନବରଙ୍ଗପୁରରେ ରଘୁନନ୍ଦନ ଦାସ, ମାଲକାନଗିରି ପାଇଁ ତୁଷାରକାନ୍ତି ବେହେରା, ନୂଆପଡ଼ା ପାଇଁ ରାଜେନ୍ଦ୍ର ଢୋଲକିଆ, ବଲାଙ୍ଗୀର ପାଇଁ ନବ ଦାସ, ବରଗଡ଼ରେ ଦେବେଶ ଆଚାର୍ଯ୍ୟ,ସମ୍ବଲପୁରରେ ସୁଶାନ୍ତ ସିଂହ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ପଦ୍ମନାଭ ବେହେରା-ଝାରସୁଗୁଡ଼ାର, ଅଶୋକ ପଣ୍ଡା ଅନୁଗୁଳର, ସାରଦା ନାୟକ ସୁନ୍ଦରଗଡ଼ର ଓ ଦିବ୍ୟ ଶଙ୍କର ମିଶ୍ର ଢେଙ୍କାନାଳ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ହୋଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ଼ ଓ କେନ୍ଦୁଝରର ଦାୟିତ୍ୱ ଦିଆଯାଇଛି ।