ବିଶ୍ବ ଜନଜାତି ଦିବସରେ କିସରେ ଉତ୍ସବର ଆସର, ରିଲିଜ୍‌ ହେଲା ୨ଟି ଆନିମେସନ୍‌ ଭିଡିଓ ଓ ପୁସ୍ତକ

ଆଜି ବିଶ୍ୱ ଜନଜାତି ଦିବସ । କିସ୍‌ରେ ଜନଜାତି ଦିବସକୁ ଧୂମଧାମରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ହଜାରେରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଯୋଗ ଦୋଇଥିବା ବେଳେ ଉପସ୍ଥିତ ଅତିଥିମାନେ ଜନଜାତି ଭାଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜନଜାତି ଭାଷାରେ ଲିଖିତ ପୁସ୍ତକ ଉନ୍ମୋଚନ କରାଯିବା ସହ ୨ଟି ଆନିମେସନ୍‌ ଭିଡିଓ ରିଲିଜ୍‌ କରାଯାଇଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ଆଦିବାସୀ ନୃତ୍ୟଗୀତ ପରିବେଷଣ କରିଥିଲେ । ଏହି ଅବସରରେ କିସ୍‌ ଓ କିଟ୍‌ର ସମ୍ପାଦକ ଆର୍‌.ଏନ୍‌. ଦାସ , କିସ୍‌ର କୁଳପତି ଡ. ହରେକୃଷ୍ଣ ଶତପଥି, ଉପକୁଳପତି ନିହାର ରଞ୍ଜନ ପଟ୍ଟନାୟକ, କିସ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ରାଉତରାୟଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.