Below header

ମୁମ୍ବାଇର ୨୬/୧୧ ଆକ୍ରମଣର ରିପିଟ କରିବାକୁ ଚାହୁଁଚନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ପରେ ସଜାଗ ନୌସେନା

୨୬/୧୧ ଆଟାକ୍‌ର ରିପିଟ୍‌ କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ। ୨୦୦୮ ମୁମ୍ବାଇ ଆକ୍ରମଣ ଭଳି ପୁଣି ଏକ ଆକ୍ରମଣ ଯୋଜନା ହେଉଛି। ଅର୍ଥାତ ପାକିସ୍ତାନ ଆଡୁ ସମୁଦ୍ର ପଥ ଦେଇ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ। ଏ ନେଇ ମିଳିଛି ଗୁଇନ୍ଦା ସୂଚନା। ସତର୍କ ରହିଛି ନୌସେନା। ପୂର୍ବ ଓ ପଶ୍ଚିମ ଉପକୂଳ ଅଂଚଳରେ ଆଲର୍ଟ ରହିଛି ନୌସେନା। ଏହାସହ ଉପକୂଳ ଅଂଚଳ ଦେଇ ଯାଇଥିବା ସଡ଼କ ପଥ ଉପରେ କଡା ନଜର ରଖାଯାଇଛି। ଗୁଇନ୍ଦା ସୂଚନା ମିଳିଛି, ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝରର ଭାଇ ରୌଫ ଆଜହର ପାକିସ୍ତାନରୁ ଆସି ପାକିସ୍ତାନ ଅଧିକୃତ କାଶ୍ମୀରରେ ରହିଛି। ବହୁ ସଂଖ୍ୟାରେ ଜୈସ ଆତଙ୍କବାଦୀ ପଞ୍ଜାବ କ୍ୟାମ୍ପରୁ ଆସି ସୀମା ନିକଟରେ ପହଞ୍ଚିଛନ୍ତି।

ଆହୁରି ପଢନ୍ତୁ:  ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା

ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା ପରେ ପାକ୍‌ ଆତଙ୍କବାଦୀ ମାନେ ସକ୍ରିୟ ହୋଇଉଠିଛନ୍ତି। ସରକାରଙ୍କୁ ଭାରତୀୟ ନୌସେନା ତରଫରୁ ଅନୁରୋଧ କରାଯାଇଛି, ତୁରନ୍ତ ଭାରତୀୟଙ୍କ ଛୋଟ ମାଛମରା ଡଙ୍ଗାଗୁଡିକରେ ଫ୍ରେଣ୍ଡ ଓର୍‌ ଫୋ ଟ୍ରାକିଂ ସିଷ୍ଟମ ଲଗାଯାଉ। ଫଳରେ ସମୁଦ୍ରରେ ଶତ୍ରୁପକ୍ଷଙ୍କୁ ସହଜରେ ଚିହ୍ନଟ କରି ହେବ। ବର୍ତ୍ତମାନ ଭାରତର ଅଢେଇ ଲକ୍ଷ ଛୋଟ ଡଙ୍ଗା ସମୁଦ୍ରରେ ମାଛ ଧରିବାକୁ ବ୍ୟବହାର ହେଉଛି। ୨୦୦୮ରେ ପାକିସ୍ତାନୀ ଆତଙ୍କବାଦୀ ଭାରତର ମାଛଧରା ଡଙ୍ଗାକୁ ହାଇଜାକ୍‌ କରି ଭାତରରେ ପ୍ରବେଶ କରିଥିଲେ। ୨୦୦୮ରେ ୧୦ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ଆକ୍ରମଣରେ ୧୬୩ ଜଣଙ୍କ ମୃତ୍ୟ ହୋଇଥିଲା। ଆହତ ହୋଇଥିଲେ ୩ଶହ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.