ଧାକଡ଼: ପାଓ୍ଵାରଫୁଲ୍ ଆକ୍ସନ ଅବତାରରେ କଙ୍ଗନା ରାଣାଓ୍ଵତ୍, ଲୋମ ଟାଙ୍କୁରାଇଦେବ ଟିଜର ଭିଡିଓ
କଙ୍ଗନା ରାଣାଓ୍ଵତଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଧାକଡ଼’ର ଟିଜର ଭିଡିଓ ଆଉଟ୍ ହୋଇଯାଇଛି। ଟିଜର ଦେଖି ଲାଗୁଛି, ଏଥର କଙ୍ଗନା ପାଓ୍ଵାରଫୁଲ୍ ଆକ୍ସନ ଅବତାରରେ ନଜର ଆସିବେ। ରଜନୀଶ ରାଜି ଘାଈ ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ବେଳେ ସୋହିଲ ମକଲାଇ ପ୍ରଯୋଜନା ଭାର ତୁଲାଇଛନ୍ତ। ଏହି ଫିଲ୍ମ ୨୦୨୦ରେ ଦୀପାବଳି ଅବସରରେ ରିଲିଜ୍ ହେବ।
୪୫ ମିନିଟର ଏହି ଟିଜର ଭିଡିଓରେ ନିଅାଁ ଏବଂ ଗୁଳି ଶବ୍ଦ ଅନ୍ଧାର ସିନ୍ସରୁ ଦେଖିବାକୁ ମିଳୁଛି। ନିଅାଁ ଭିତରେ ରହି କଙ୍ଗନା କାହାକୁ ବନ୍ଧୁକ ଧରି ଗୁଳି ଚଳାଉଛନ୍ତି। ସେ ରକ୍ତ ଶରୀରରେ ଉଜ୍ଜ୍ୱଳ ଦିଶୁଛନ୍ତି। ଚେହେରାରେ ରାଗ ଏବଂ ନିର୍ଭୟ ଲୁକ୍ରେ ତାଙ୍କର ଏହି ଆକ୍ସନ ଅବତାର ଲୋମ ଟାଙ୍କୁରାଇ ଦେଉଛି।
ଏହାସହ ପଢ଼ନ୍ତୁ: ‘ଟାଟୁ ଓ୍ଵାଲି ଦ୍ରୌପଦୀ, ସିକ୍ସ ପ୍ୟାକ୍ ଓ୍ଵାଲେ ପାଣ୍ଡବ’: ଏକତା କପୁରଙ୍କ ‘ମହାଭାରତ’ ଉପରେ ଏମିତି ମନ୍ତବ୍ୟ ଦେଲେ ମୁକେଶ ଖନ୍ନା
କହି ରଖୁଛୁ କି, କଙ୍ଗନା ରାଣାଓ୍ଵତ୍ ଏପରି ଜଣେ ଅନିନେତ୍ରୀ, ଯାହାଙ୍କୁ ଚରିତ୍ର ସହିତ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ ଥାଏ। ଏହି ଟିଜରରେ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ତେବେ ଧାକଡ଼ର ଟିଜର ଭିଡିଓଙ୍କୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ଏହା ପଛର କାରଣ ଜଣାପଡ଼ିନାହିଁ। ଯଦିଓ କଙ୍ଗନା ରାଣାଓ୍ଵତ୍ଙ୍କ ଟିମର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଏ ପଯ୍ୟର୍ନ୍ତ ରହିଛି।
ଏକ ଗଣମାଧ୍ୟମର ସୂଚନା ମୁତାବକ, କଙ୍ଗନା ଟିଜର ବିଷୟରେ କହିଛନ୍ତି ଯେ ସେ ବ୍ୟବହାର କରିଥିବା ବନ୍ଧୁକ ଅସଲି ଏବଂ ଭାରି ଥିଲା। ବନ୍ଧୁକକୁ ଉଠାଇବା ପାଇଁ ମୁଁ ମୋର ସମସ୍ତ ଶକ୍ତି ଲଗାଇ ଦେଇଥିଲି। ମୋତେ ଏଭଳି ସଂଘର୍ଷ କରିବାର ଦେଖି ନିର୍ଦ୍ଦେଶକଙ୍କୁ ବେଶ୍ ମଜା ଆସିଥିଲା ଏବଂ ସେ ବହୁତ ହସିଥିଲେ। ଆଶା ରହିଛି ଯେ ଫିଲ୍ମ ସୁଟିଙ୍ଗ୍ ସମୟରେ ନିର୍ଦ୍ଦେଶକ ମୋତେ ଡମି ବା ନକଲି ବନ୍ଧୁକ ବ୍ୟବହାର କରିବାକୁ ଦେବେ।
ଏହା ପୂର୍ବରୁ କଙ୍ଗନା କହିଥିଲେ, ‘ଧାକଡ଼ ନା କେବଳ ମୋ କ୍ୟାରିୟର ପାଇଁ ଏକ ବେଞ୍ଚମାର୍କ ହେବ, ବରଂ ଭାରତୀୟ ସିନେମା ପାଇଁ ମଧ୍ୟ ଟର୍ନିଙ୍ଗ୍ ପଏଣ୍ଟ ରହିବ।’ ଏଠାରେ କହି ରଖୁଛୁ, ଏହି ଫିଲ୍ମର ସୁଟିଙ୍ଗ୍ ଭାରତର କେତେକ ସ୍ଥାନ ଏବଂ ହଂକଂ ଓ ଥାଇଲ୍ୟାଣ୍ଡରେ କରାଯିବ।