ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ନେଇ ପୁଣି ଉଠିଲା ଦାବି, ଏଥର ବିଜେପି କଲା ସମର୍ଥନ
କାଶ୍ମୀର ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ୧୯୪୭ ଅକ୍ଟୋବର ୨୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ଅନୁରୋଧରେ ବିଜୁ ପଟ୍ଟନାୟକ ଡାକୋଟା ବିମାନରେ ଶିଖ ରେଜିମେଣ୍ଟର ୧୭ ଜଣ ଯବାନଙ୍କୁ ନେଇ ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚାଇଥିଲେ । ଆଉ ଶ୍ରୀନଗର ବିମାନଘାଟିକୁ ଭାରତୀୟ ସେନା ନିଜ ନିୟନ୍ତ୍ରଣକୁ ନେବା ପରେ କଶ୍ମୀରକୁ ପର୍ଯ୍ୟାୟ କ୍ରମେ ଗସ୍ତ କରିଥିଲେ। ବିଜୁଙ୍କ ଏହି ସାହାସିକତା କଥା କହି ସାଂସଦ ପିନାକୀ ମିଶ୍ର ବିଜୁ ବାବୁଙ୍କୁ ପାଇଁ ଭାରତ ରତ୍ନ ଦାବି ଦୋହରାଇଥିଲେ । ଏହି ଦାବି ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବରିଷ୍ଠ ବିଜେପି ନେତା କହିଛନ୍ତି ବିଜୁଙ୍କୁ ଭାରତ ରତ୍ନ ମିଳିଲେ ସେମାନେ ଖୁସି ହେବେ ।
ଆହୁରି ପଢନ୍ତୁ: ୯ ଅଗଷ୍ଟ’ର ଇତିହାସ, ଗାନ୍ଧିଜୀଙ୍କ ସେହି ଆନ୍ଦୋଳନ ଯାହା ଭାଙ୍ଗି ଦେଇଥିଲା ଇଂରେଜଙ୍କ ମେରୁଦଣ୍ଡ
ଯଦି ସେଦିନ ବିଜୁ ପଟ୍ଟନାୟକ ଠିକଣା ସମୟରେ ଶ୍ରୀନଗରରେ ପହଞ୍ଚି ନଥାନ୍ତେ, ତେବେ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା। ଇତିହାସରେ କେଉଁ ପୃଷ୍ଠାରେ ବିଜୁ ବାବୁଙ୍କ ସେହି ସାହସକିତା ଲୁଚି ରହିଛି। ଖୁବ୍ କମ ଲୋକ ଜାଣିଛନ୍ତି।ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ପୂର୍ବରୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇ ସାରିଛି।