Below header

ସୁବର୍ଣ୍ଣପୁର : କୁନି ଚିତ୍ରଶିଳ୍ପୀଙ୍କ ସଫଳତା, ମାତ୍ର ୧୧ବର୍ଷ ବୟସରେ ଭଳିକି ଭଳି ଛବି ଆଙ୍କି ପାଇଛନ୍ତି ଅନେକ ସମ୍ମାନ ଓ ପୁରସ୍କାର

ବୟସ ବହୁତ କମ୍‌ । ହେଲେ ତାଙ୍କ ହାତର ସ୍ପର୍ଶରେ ଚିତ୍ର ଜୀବନ୍ତ ମନେ ହେଉଛି । ଏମିତି ଜଣେ ପ୍ରତିଭାଧାରୀ ଶିଶୁ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣୀସର୍ଡା ଗାଁର ଅର୍ଣ୍ଣବ ସାହୁ । ଅର୍ଣ୍ଣବଙ୍କ ବୟସ ମାତ୍ର ୧୧ ବର୍ଷ । ତରଭାର ଏକ ଘରୋଇ ସ୍କୁଲର ୫ମ ଶ୍ରେଣୀରେ ପାଠ ପଢନ୍ତି ଅର୍ଣ୍ଣବ । ଯେ କୌଣସି ଫଟୋକୁ ଅତି ଜୀବନ୍ତ ଭାବେ ଅବିକଳ ଆଙ୍କିବାରେ ପାରଦର୍ଶିତା ଲାଭ କରିଛନ୍ତି ସେ । ଅର୍ଣ୍ଣବଙ୍କ ଏହି ପ୍ରତିଭା ପାଇଁ ଅନେକ ସ୍ଥାନରେ ପୁରସ୍କୃତ ହୋଇ ସାରିଛନ୍ତି । ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଏଭଳି ପ୍ରୋତ୍ସାହନ ଅର୍ଣ୍ଣବଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଉଛି । ପୁଅର ଏଭଳି ସଫଳତାକୁ ନେଇ ପରିବାର ମଧ୍ୟ ବେଶ ଖୁସି ଥିବା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.