Below header

ଆଜି ଆସିବ ୪ ରାଜ୍ୟର ଜନାଦେଶ, ସକାଳ ୮ଟାରୁ ଭୋଟ ଗଣତି

ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ଭୋଟ୍ ଗଣନା କରାଯିବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି।

ନୂଆଦିଲ୍ଲୀ : ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ଭୋଟ୍ ଗଣନା କରାଯିବ। ଅନ୍ୟପକ୍ଷରେ ମିଜୋରାମରେ ଭୋଟ୍‌ ଗଣତି ସୋମବାର ହେବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି।

ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ ବଡ଼ ରାଜ୍ୟ। ୨୩୦ ବିଧାନସଭା ଆସନ। ଗୋଟିଏ ଫେଜରେ ନଭେମ୍ବର ୧୭ରେ ହୋଇଥିଲା ଭୋଟିଂ । ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିଗ୍ ଫାଇଟ୍। ବର୍ତ୍ତମାନ ବିଜେପି ହାତରେ ଅଛି ଏହା ରାଜ୍ୟ। ଏବେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବ କି ବିଜେପି ? ନା କ୍ଷମତା ଛଡ଼ାଇ ନେବ କଂଗ୍ରେସ ? କାଣ୍ଟେ କା ଟକ୍କର ଦେଖିବାକୁ ମିଳିପାରେ। ମଧ୍ୟପ୍ରଦେଶ ନିର୍ବାଚନ ଇତିହାସରେ ଚଳିତ ନିର୍ବାଚନର ଭୋଟିଂ ହାର ସର୍ବାଧିକ। ଭୋଟିଂ ହାର ଥିଲା ୭୭. ୧୫% । ୨୦୧୮ରେ ଏହା ଥିଲା ୭୫.୬୩%। ୨୦୧୮ରେ ୧୧୪ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ। ବିଜେପିକୁ ମିଳିଥିଲା ୧୦୯ ଆସନ।

ସେହିପରି ରାଜସ୍ଥାନରେ ଏଥର ୧୯୯ ଆସନରେ ୧୮୦୦ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା ପାଇଁ ସିଙ୍ଗଲ ଫେଜ୍ ରେ ନଭେମ୍ବର ୨୫ରେ ଭୋଟ୍ ଗ୍ରହଣ ହୋଇଥିଲା। ରାଜସ୍ଥାନରେ ଦେଖିବାକୁ ମିଳିଥିଲା ମୋଦି ବନାମ ଗେହଲଟ ଲଢେଇ। ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରି ନଥିଲା । ବିଜେପି ଭେଟରାନ ନେତ୍ରୀ ବସୁନ୍ଧରାଙ୍କୁ ଅଧିକ ଗୁରୁତ୍ବ ଦେଇ ନଥିଲା ଦଳ।

୨୦୨୩ ବିଧାନସଭା ନିର୍ବାଚନ, ଛତିଶଗଡ଼ ୯୦ ଆସନରେ ୧୧୮୧ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଯାହା କଂଗ୍ରେସ ପାଇଁ ଅଗ୍ନି ପରୀକ୍ଷା। ବହୁ କଷ୍ଟରେ ୨୦୧୮ରେ ୧୫ ବର୍ଷର ବିଜେପି ଶାସନକୁ ହରାଇ କ୍ଷମତା ଦଖଲ କରିଥିଲା କଂଗ୍ରେସ। ଏବେ ସେହି କ୍ଷମତାକୁ ହାତ, ହାତଛଡା କରିବ ନା ଜାବୁଡି ଧରିବାରେ ସକ୍ଷମ ହେବ। ଏକଜିଟ୍ ପୋଲ ଆକଳନ କହୁଛି, କଂଗ୍ରେସ କ୍ଷମତା ବଜାୟ ରଖିପାରେ। ତଥାପି ଛତିଶଗଡ଼ର ଏକଜାଟ ଫଳାଫଳ କେଉଁ ଆଡ଼କୁ ଢଳିବ। କଂଗ୍ରେସ ପୁଣି ଫେରିବ ନା ବିଜେପି କମ ବ୍ୟାକ୍ କରିବ। ଏକଜିଟ୍ ପୋଲ ଆକଳନ କହୁଛି କ୍ଷମତା ଛାଡିବ ନାହିଁ ହାତ।

ସେପଟେ ତେଲେଙ୍ଗାନାରେ କ୍ଷମତାକୁ ଆସିପାରେ କଂଗ୍ରେସ। ବିଜେପିକୁ ନିରାଶ ହେବାକୁ ପଡିପାରେ। ତେଲଙ୍ଗାନା ନେଇ ଏପରି ଆକଳନ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା। ପ୍ରାୟ ସବୁ ସଂସ୍ଥା କଂଗ୍ରେସ ମ୍ୟାଜିକ୍ ନମ୍ବର ୬୧ ଛୁଇଁବ ବୋଲି ଆକଳନ କରିଛନ୍ତି। ଗତ ୩୦ ତାରିଖରେ ତେଲଙ୍ଗାନାରେ ୧୧୯ ଆସନରେ ୨୨୯୦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ତେବେ ୪ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବ ପୂର୍ବରୁ ଗତକାଲି ଭଗବନାଙ୍କ ଦ୍ୱାରରେ ପହଞ୍ଚିଥିଲେ ନେତା । ସୋମନାଥ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଥିଲେ ଶାହା । ସେପଟେ ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଥିଲେ । ସେହପରି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ୱବହନ କରୁଛି । ଏହି ୫ ରାଜ୍ୟରେ ମୋଟ ୨୦ କୋଟି ଭୋଟର ଅଛନ୍ତି । ଆଉ ଏମାନଙ୍କ ମତଦାନ ବହୁ ଗୁରୁତ୍ୱ ବହନ କରୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ବିଧାନସଭା ଫଳାଫଳ ଏକ ପ୍ରକାର ନିର୍ଣ୍ଣାୟକ ହୋଇପାରେ । ଫାଇନାଲ ମ୍ୟାଚ୍ ପୂର୍ବରୁ ଏହା ସେମିଫାଇନାଲ ବୋଲି କୁହାଯାଉଛି । ଏଥିରେ ଯେଉଁ ଦଳେ ବାଜି ମାରିବ, ୨୪ରେ ତାର ପଲ୍ଲା ଭାରି ରହିବ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.