Below header

କ୍ରିସମାସ ଟ୍ରି ସଜାଇବାକୁ ଯାଉଥିଲେ ମହିଳା ମାତ୍ର ଛୁଇଁବାପରେ ଭିତରୁ ବାହାରିଲା ୧୦ଫୁଟର ଅଜଗର, ଆଉ ତାପରେ..

ଅଷ୍ଟ୍ରେଲିଆରେ କିଛି ଏପରି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଜଣେ ମହିଳାଙ୍କୁ କ୍ରିସମାସ ଟ୍ରି ମଧ୍ୟରୁ ମିଳିଛି ଏକ ୧୦ ଫୁଟର ଅଜଗର ଯାହାକୁ ଦେଖି ମହିଳାଜଣକ ଭୟରେ ପାଟି କରିବା ସହିତ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଲୀନ ଚ୍ୟାମ୍ପମ୍ୟାନ ଓ ତାଙ୍କର ପାର୍ଟନର କୁଇନ୍ସଲ୍ୟାଣ୍ଡସ୍ଥିତ ନିଜ ଆପାର୍ଟମେଣ୍ଟରେ ପହଂଚିବା ପରେ ତାଙ୍କୁ ପକ୍ଷୀମାନଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।

ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ବାଲକୋନୀରେ ଏକ କ୍ରିସମାସ ଟ୍ରି ରଖାଯାଇଥିଲା । ଯେତେବେଳେ ସେ ଘର ଭିତରକୁ ଯାଇ ସେହି କ୍ରିସମାସ ଟ୍ରି ନିକଟକୁ ଗଲେ ସେଠାରେ ସେମାନେ ଯାହା ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେମାନେ ଦେଖିଲେ ଯେ ସେଠାରେ ପକ୍ଷୀ ନୁହେଁ ବରଂ ଏକ ଅଜଗର ସାପ ଥିଲା ଯାହାକି କ୍ରିସମାସ ଟ୍ରିରେ ଗୁଡେଇ ହୋଇ ରହିଥିଲା । ଦମ୍ପତ୍ତି ଏହି ଅଜଗରକୁ ସେମିତି ଛାଡି ଭୟରେ ଦୌଡ଼ି ପଳାଇଥିଲେ ଓ ରାତିରେ ଅଜଗରଟି କ୍ରିସମାସ ଟ୍ରି ଛାଡି ଚାଲିଗଲା । ତେବେ ଦମ୍ପତ୍ତିଙ୍କ କହିବା ଅନୁଯାୟୀ ଅଜଗରଟି ଗଛରେ ଥିବା ବେଳେ ଛୋଟ ଲାଗୁଥିଲା କିନ୍ତୁ ଗଛରୁ ବାହାରିବା ପରେ ଜଣାପଡିଲା ଯେ ଏହାଏକ ୧୦ ଫୁଟର ଅଜଗର ଥିଲା ।

Christmas का पेड़ सजाने जा रही थी महिला, जैसे ही छुआ तो अंदर से निकला 10 फूट का अजगर और फिर...

ଲୀନଙ୍କ କହିବା ଅନୁଯାୟୀ ଆମେ ଅଜଗରକୁ ଟିକିଏ ବି ହଇରାଣ କରିନଥିଲୁ । ସେ ଆପେ ଆପେ ଚାଲି ଯାଇଥିଲା । ଆମେ କବାଟ ବନ୍ଦ କରି ତାକୁ ଲୁଚିକି ଦେଖୁଥିଲୁ କାରଣ ପୂର୍ବରୁ ଆମେ ଏତେବଡ଼ ଅଜଗର କେବେବି ଦେଖିନଥିଲୁ । ଦେଖିବା ପାଇଁ ଏହା ବହୁତ ଭଲଥିଲା କିନ୍ତୁ ବହୁତ ବଡ଼ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.