ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର, ଆକ୍ରମଣ ପଛରେ ରହିଛି ସମ୍ପତ୍ତି ଓ ଜମିଜମା ବିବାଦ

ଖୋର୍ଦ୍ଧା(କେନ୍ୟୁଜ୍):  ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର । ଡାକ୍ତର ଗୁଳିମାଡ ପଛରେ ରହିଛି ସମ୍ପତ୍ତି ଓ ଜମିଜମା ବିବାଦ । ଏହି କାରଣରୁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ । ଅଭିଯୁକ୍ତଙ୍କୁ ଧରିବା ଓ ତଦନ୍ତ ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି। ପାରିବାରିକ, ବ୍ୟାବସାୟିକ ଶତ୍ରୁତା ଆଦି ଦିଗ ନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ଜବତ ହୋଇଛି ୩ଟି ଖୋକା। ଅଧିକ ଖୋଳତାଡ଼ ପାଇଁ ଖୋର୍ଦ୍ଧାରୁ ଏକ ଟିମ ଭୁବନେଶ୍ୱର ଯାଇଛି । ଡାକ୍ତରଙ୍କୁ ପଚରା ଉଚରା କରାଯିବ। ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ଦାସ ଖୋର୍ଦ୍ଧା ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତିକିବେଳେ ହଠାତ କ୍ଲିନିକ ଭିତରେ ପଶି ଗୁଳି ଚଳାଇ ଚମ୍ପଟ ମାରିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ । ସେହିପରି ଗୁଳିମାଡ଼ରେ କ୍ଲିନିକ ପାଖ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.