Below header

KBC ହେଉ ଅବା ଶାହିନବାଗ ସବୁଥିରେ ଚର୍ଚ୍ଚାରେ ଥିଲେ ଦୀପା, ସୋସିଆଲ ମିଡିଆରେ ପୋଷ୍ଟ କରିବାର କିଛି ସମୟ ପରେ ଚାଲିଗଲା ଜୀବନ

ମୃତ୍ୟୁ କେତେବେଳେ ଆଉ କେମିତି ଆସିଥାଏ, ତାହା କାହାକୁ ଜଣାନଥାଏ। ପ୍ରତିଦିନ କାହା ସହିତ ଏମିତି ଘଟଣା ଘଟୁଥିବ, ଯାହା ସେ ବ୍ଯକ୍ତି ଜାଣିନଥିବ। ସୋସିଆଲ ମିଡିଆରେ ବୁଲିବା ବେଳର ଫଟୋ ଟ୍ଵିଟ୍ କରିବାର କିଛି ସମୟ ପରେ ଚାଲିଗଲା ମହିଳାଙ୍କ ଜୀବନ। ଜୟପୁରର ଆୟୁର୍ବେଦ ଡାକ୍ତର ଦୀପା ଶର୍ମା ହିମାଚଳ ପ୍ରଦେଶରେ ବୁଲିବା ବେଳେ କିନୌର ଜିଲ୍ଲାରେ ଭୂସ୍ଖଳନ ହୋଇ ମୃତ୍ୟୁ ହୋଇଛି। ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି ଦୀପା। ସବୁଠାରୁ ଦୁଃଖର ବିଷୟ ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ ଦୀପା ସୋସିଆଲ ମିଡିଆରେ ତାଙ୍କର ବୁଲିବା ବେଳର ଫଟୋ ପୋଷ୍ଟ କରିଥିଲେ।

ଏହି ଫଟୋରେ ଦୀପା ଶର୍ମା ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନର ଭାରତର ସେହି ଶେଷ ସ୍ଥାନରେ ଠିଆ ହୋଇଛି, ଯେଉଁଠାକୁ ଯିବାକୁ ଭାରତର ନାଗରିକଙ୍କୁ ଅନୁମତି ମିଳିନାହିଁ। ଏହି ସ୍ଥାନ ଠାରୁ ୮୦ କି.ମି ଦୂରରେ ତିବ୍ବତ ରହିଛି। ଏହା ଉପରେ ଚୀନ ଅବୈଧ କବ୍ଜା କରି ବସିଛି। ତେବେ ଦୀପାଙ୍କ ଏହି ପୋଷ୍ଟର ଅଳ୍ପ କିଛି ସମୟ ମଧ୍ୟରେ ଭୂସ୍ଖଳନ ଘଟି ସେ ବସିଥିବା ଗାଡ଼ି ଦବି ଯାଇଥିଲା। ଏହି ଦୁର୍ଘଟଣାରେ ଦୀପାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ଦୀପାଙ୍କର ଏହି ଶେଷ ଟ୍ଵିଟ୍ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ବହୁ ଲୋକ ଏହି ଟ୍ଵିଟ୍‌କୁ ସେୟାର କରିଛନ୍ତି। ଯେଉଁ ଭୂସ୍ଖଳନରେ ଦୀପାଙ୍କର ମୃତ୍ୟୁ ହୋଇଥିଲା ତାହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।


ସୂଚନାଯୋଗ୍ଯ, ଦୀପା ଟିଭିର ଲୋକପ୍ରିୟ ଶୋ କେବିସିରେ ଭାଗ ନେଇସାରିଛନ୍ତି। ସେ ଏଥିରେ ୬ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ଜିତିଥିଲେ। କେବଳ ଏତିକି ନୁହେଁ, ଗତବର୍ଷ ନାଗରିକତା ଆଇନ ବିରୋଧରେ ସାହୀନବାଗରେ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଦୀପା ବହୁତ ଚର୍ଚ୍ଚାରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.