Below header

ଫସିଲେ ଆଉ ଜଣେ ବାବା; ଦୋଷୀ ସାବ୍ୟସ୍ତ ହେଲେ ବାବା ରାମପାଲ

ନୂଆଦିଲ୍ଲୀ : ଆଇନ୍ ଜାଲରେ ଛନ୍ଦି ହେଲେ ଆଉ ଜଣେ ବାବା । ନିଜକୁ ବାବା ବୋଲାଉଥିବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ହରିଆଣା ହିସାରରେ ୨୦୧୪ରେ ଘଟିଥିବା ହିଂସାକାଣ୍ଡ ଓ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାରି ବର୍ଷର ପୁରୁଣା ମାମଲାର ଶୁଣାଣି କରିଛନ୍ତି ହିସାର ଜିଲ୍ଲା କୋର୍ଟ । ଆସନ୍ତା ୧୬ ଓ ୧୭ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ ।

BABA RAMPAL-2

ଗୋଟିଏ ମାମଲାରେ ରାମପାଲଙ୍କ ସମେତ ୧୪ ଜଣ ସମର୍ଥକ ଓ ଅନ୍ୟ ଏକ ମାମଲାରେ ରାମପାଲଙ୍କ ସମେତ ୧୩ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୪ ମସିହାରେ ରାମପାଲଙ୍କ ହିସାର ଆଶ୍ରମରେ ହିଂସାକାଣ୍ଡ ହୋଇଥିଲା । ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ରାମପାଲଙ୍କ ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ହିଂସାକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଏକ ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇଟି ମାମଲାରେ ରାମପାଲ ଓ ତାଙ୍କ କିଛି ସମର୍ଥକଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.