ମୁମ୍ବାଇ : ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି କ୍ୟାନସରରେ ପୀଡିତ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସରର ଲାଷ୍ଟ ଷ୍ଟେଜରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ପଜିଟିଭ୍ ମେସେଜ୍ ଦେଉଥିବା ସୋନାଲି କିନ୍ତୁ ପ୍ରଥମ ଥର ପାଇଁ ନିଜର କଷ୍ଟ ବୟାନ୍ କରିଛନ୍ତି । ପ୍ରତିଦିନ କିପରି ଷ୍ଟ୍ରଗଲ କରୁଛନ୍ତି ସେ ବିଷୟରେ କହିଛନ୍ତି ସୋନାଲି ।
ଗତ କିଛି ମାସରେ ମୋ ଜୀବନରେ କେତେବେଳେ ଭଲ ଦିନ ଆସିଛି ତ କେତେବେଳେ ଖରାପ। ବେଳେବେଳେ ମୁଁ ବହୁତ ଥକ୍କି ଯାଏ। ମୋତେ ଏତେ କଷ୍ଟ ହୁଏ ଯେ, ଆଙ୍ଗୁଳି ଉଠାଇବା କଷ୍ଟକର ହୋଇପଡେ। ଏହା ପୁରା ଏକ ସାଇକେଲ, ଶରୀରରୁ ଯନ୍ତ୍ରଣା ଆରମ୍ଭ ହୋଇ ମସ୍ତିଷ୍କ ଓ ଭାବନାକୁ ସଂକ୍ରମିତ କରେ। କେମୋ ଓ ସର୍ଜରୀ ପରେ ମୋତେ ଏବେ ହସିବାକୁ ବି କଷ୍ଟ ଲାଗୁଛି। ମୁଁ ମୋ ଘରକୁ ଫେରିବାକୁ ଚାହେଁ। ମାତ୍ର ଏପରି ସ୍ଥିତିରୁ ବାହାରକୁ ବାହାରିବା ପାଇଁ ମୋତେ ନିଜେ ଉଦ୍ଦ୍ୟମ କରିବାକୁ ପଡିବ। ଏଭଳି କିଛି ଇମୋସନାଲ ପୋଷ୍ଟ୍ ସେୟାର କରିଛନ୍ତି ସୋନାଲି ।