Below header

ଦିନିକିଆ ଟିମରେ ପନ୍ଥ ଓ ଖଲିଲ ଅହମଦ ସାମିଲ

ମୁମ୍ବାଇ : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ । ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଏସିଆ କପ୍ ବେଳେ ବିଶ୍ରାମ ନେଇଥିବା ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି । ତାଙ୍କୁ ପୁଣି ମିଳିଛି ଅଧିନାୟକ ଦାୟିତ୍ବ । ବିସିସିଆଇ ଘୋଷଣା କରିଥିବା ଦଳରେ ଦୁଇ ଜଣ ଯାକ ୱିକେଟ୍ ରକ୍ଷକ/ବ୍ୟାଟ୍ସମ୍ୟାନ ଦୋନି ଓ ଋଷଭ ପନ୍ଥ ସ୍ଥାନ ପାଇଛନ୍ତି । ପନ୍ଥଙ୍କ ସହ ଅନ୍ୟତମ ଯୁବା ବୋଲର ଖଲିଲ ଅହମଦଙ୍କୁ ମଧ୍ୟ ସୁଯୋଗ ମିଳିଛି । ଏହି ବାମହାତୀ ପେସ୍ ବୋଲର୍ ଏସିଆ କପରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଦୀନେଶ କାର୍ତ୍ତିକଙ୍କୁ ବିଶ୍ରାମ ଦିଅଯାଇଛି । ରୋହିତ ଶର୍ମା ଓ ଶିଖର ଧବନ ପୁଣି ଓପ୍ନର ଭାବେ ଫେରିଛନ୍ତି । ତେବେ କେଦାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ଏବେବି ଆହତ ଥିବାରୁ ସେମାନଙ୍କୁ ଦଳରେ ନିଆଯାଇ ନାହିଁ ।

KHALEEL

ସିରିଜର ପ୍ରଥମ ମ୍ୟାଚ୍ ୨୧ ତାରିଖ ଦିନ ଗୌହାଟିର ବାରାସପାରା କ୍ରିକେଟ୍ ଷ୍ଟାଡିୟମ୍ ଏବଂ ଦ୍ବିତୀୟ ମ୍ୟାଚ୍ ୨୪ ତାରିଖରେ ବିଶାଖାପାଟଣାରେ ଖେଳାଯିବ । ଉଭୟ ମ୍ୟାଚ୍ ଦିବାରାତ୍ର ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଦବନ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ଏମ୍ଏସ୍ ଧୋନି, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମଦ, ସାର୍ଦ୍ଦୁଲ ଠାକୁର, କେଏଲ୍ ରାହୁଲ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.