Below header

ମା ପୋଜ୍‌ ଦେଇ ଫଟୋ ଉଠାଉ ଥିଲେ ଏପଟେ ସୁଇମିଂ ପୁଲ୍‌ରେ ପ୍ରାଣ ହରାଇଲା ପିଲା

ମା’ର ଫଟୋ ଉଠାଇବା ନିଶା ଜୀବନ ନେଇଗଲା ଜଣେ ଦୁଇ ବର୍ଷର ଶିଶୁର । ନିଜେ ମା ଓ ବାପା ମିଶି ବନ୍ଧୁମାନଙ୍କୁ ପାର୍ଟି ଦେଉଥିଲେ । ସ୍ୱାମୀ ଅତିଥିମାନଙ୍କର ଚର୍ଚ୍ଚା କରୁଥିବା ବେଳେ ମଡେଲ ସ୍ତ୍ରୀ ଫଟୋ ଉଠାଇବାରେ ବ୍ୟସ୍ତ । ହେଲେ ଏହା ଭିତରେ ସେମାନଙ୍କ ଶିଶୁପୁତ୍ରଟି ଖେଳୁ ଖେଳୁ ସମସ୍ତଙ୍କ ନଜର ଏଡ଼ାଇ ସୁଇମିଂ ପୁଲ୍‌ରେ ପଡ଼ିଗଲା । ସେତେବେଳ ମା ସେହି ସୁଇମିଂ ପୁଲ୍‌କୁ ପଛ କରି ଫଟୋ ଉଠାଇ ଚାଲିଥାଏ । ପିଲାଟି ପାଣିରେ ପଡ଼ିଯିବାର ଦେଖି ସେଠାରେ ଥିବା ଲୋକମାନେ ତାକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାକୁ ହସପିଟାଲକୁ ମଧ୍ୟ ନିଆଗଲା । ହେଲେ ଆଉ ବଞ୍ଚିଲାନି ପିଲାର ଜୀବନ ।

ଘଟଣା ସମ୍ପର୍କରେ ଫଟୋଗ୍ରଫର ବାପା ଆଗେ ଜାଣିଗଲେ । ହେଲେ ମା ଜାଣିଲେ ବହୁତ ଡେରିରେ । ଅବଶ୍ୟ ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟୀ କଲେ । କନ୍ଦି କାନ୍ଦି ଗଡ଼ିଗଲେ । ହାତଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ମୋ ପିଲାକୁ ଫେରାଇ ଦିଅ । ନହେଲେ ମୁଁ ଜୀବନ ହାରି ଦେବି । ତେବେ ସେତେବେଳେକୁ କିଛି ବାକି ନଥିଲା ।
ଏ ଘଟଣା ଘଟିଛି ଥାଇଲାଣ୍ଡର ପଟ୍ଟାୟା ଠାରେ । ପିଲାର ମା’ଙ୍କ ନାଁ ହେଉଛି ବିୟାଦା ପୋଣ୍ଟୋଭି । ସେ ପେସାରେ ଜଣେ ମଡେଲ୍‌ । ଅନେକଥର ଆଡଲ୍ଟ ଷ୍ଟାର ଭାବେ ବିଭିନ୍ନ ପତ୍ରିକାର କଭର ପେଜ୍‌ରେ ମଧ୍ୟ ଆସିଛନ୍ତି । ପାର୍ଟି ଚାଲିଥିବା ବେଳେ ମଧ୍ୟ ସେ ଫଟୋସୁଟ୍‌ କରୁଥିଲେ । ଆଉ ନିଜ ଅଲକ୍ଷ୍ୟରେ ସବୁଦିନ ପାଇଁ ହରାଇ ଦେଲେ ନିଜ ପୁଅକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.