BSNLର ଏହି ପ୍ଳାନ ସବୁଠୁ ବେଷ୍ଟ ! ୨୪୭ ଟଙ୍କାରେ ହାଇସ୍ପୀଡ ଡାଟା ସହ ପାଆନ୍ତୁ ଅନଲିମିଟେଡ କଲିଙ୍ଗ୍‌

ସରକାରୀ ଟେଲିକମ୍‌ କମ୍ପାନୀ BSNL ଦେଶର ପ୍ରମୁଖ ପ୍ରାଇଭେଟ୍‌ କମ୍ପାନୀ ଯେମିତିକି ଜିଓ, ଭିଆଇ ଏବଂ ଏୟାରଟେଲକୁ କଡା ଟକ୍କର ଦେଇଥାଏ। ଆଜି ଆମେ ବିଏସଏନଏଲର କିଛି ଜବରଦସ୍ତ ପ୍ଲାନ୍ସ ବିଷୟରେ କହିବା, ଯାହା ବହୁତ ଶସ୍ତା ହେବା ସହିତ କମାଲର ବେନିଫିଟ୍ସ ଅଫର କରିଥାଏ। ଯେଉଁଠି କିଛି ପ୍ଲାନ୍ସ ଭଏସ ଭାଉଚର୍ସ ରହିଛି ତ ଆଉ କିଛି ପ୍ରିପେଡ ପ୍ଲାନ୍ସର ରହିଛି। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍ସର ଦାମ୍‌ ଏବଂ ବେନିଫିଟ୍ସ।

BSNLର ଓଟିଟି ବେନିଫିଟ୍ସ ପ୍ଲାନ୍‌

୨୪୭ ଟଙ୍କିଆ ପ୍ଲାନ : ବିଏସଏନଏଲର ୨୪୭ ଟଙ୍କିଆ ପ୍ଲାନରେ ଆପଣଙ୍କୁ ୩୦ ଦିନର ଭ୍ୟାଲିଡିଟୀ ମିଳିବା ସହିତ କୌଣସି ବି ନେଟଓ୍ଵାର୍କକୁ ଅନଲିମିଟେହ ଭଏସ କଲିଙ୍ଗ, ମୋଟ ୫୦ଜିବି ହାଇ-ସ୍ପୀଡ ଡାଟା ଏବଂ ଦିନକୁ ୧୦୦ ଏସଏମଏସର ସୁବିଧା ମିଳିବ। ଓଟିଟି ସେବା ବିଷୟରେ କହିବା ତ ଏହି ପ୍ଲାନରେ ଆପଣଙ୍କୁ ଏରସ୍‌ ନାଓର ସବସ୍କ୍ରିପସନ୍‌ ଏବଂ ବିଏସଏନଏଲ ଟ୍ୟୁନ୍ସର ଆକସେସ୍‌ ମଧ୍ୟ ପାଇବେ।
୨୯୮ ଟଙ୍କିଆ ପ୍ଲାନ : ବିଏସଏନଏଲ ନିଜର ଏହି ପ୍ଲାନରେ ନିଜ ଗ୍ରାହକଙ୍କୁ ୨୯୮ ଟଙ୍କା ବଦଳରେ ପ୍ରତ୍ୟେକ ଦିନ ୧ଜିବି ଡାଟା, ୧୦୦ ଏସଏମଏସ ପ୍ରତି ଦିନର ସୁବିଧା ଏବଂ କୌଣସି ବି ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂର ସୁବିଧା ମିଳିବ। ଏହି ପ୍ଲାନରେ ଆପଣଙ୍କୁ ଏରସ୍‌ ନାଓର ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପ୍ଲାନର ଭ୍ୟାଲିଡିଟୀ ୫୬ ଦିନର ରହିଛି।

BSNLର ଶସ୍ତା ଭଏସ ଭାଉଚର୍ସ

୪୯ ଟଙ୍କିଆ ଭଏସ ଭାଉଚର : ବିଏସଏନଏଲର ଏହି ଭଏସ ଭାଉଚର କମ୍ପାନୀର ସବୁଠାରୁ ଶସ୍ତା ଭାଉଚର। ଏଥିରେ ଆପଣଙ୍କୁ ୪୯ ଟଙ୍କାରେ ୨୪ ଦିନ ପାଇଁ ମୋଟ ୨ଜିିବି ଡାଟା ଦିଆଯାଇଛି। ଭଏସ କଲ୍‌ ପାଇଁ ୧୦୦ ମିନିଟର ସୁବିଧା ମଧ୍ୟ ଦିଆଯାଇଛି।

୯୯ ଟଙ୍କିଆ ଭଏସ ଭାଉଚର : ୯୯ ଟଙ୍କିଆ ଏହି ଭଏସ ଭାଉଚରରେ ଆପଣଙ୍କୁ ୨୨ ଦିନ ପାଇଁ ଅନଲିମିଟେଡ ଭଏସ କଲିଙ୍ଗ୍‌ ସୁବିଧା ମିଳିବ। ଏହି ପ୍ଲାନରେ ଅନେକ ଡାଟା ବେନିଫିଟ୍ସ ଦିଆଯାଉଛି।
୧୩୫ ଟଙ୍କିଆ ଭଏସ ଭାଉଚର : ବିଏସଏନଏଲର ଏହି ଭାଉଚରରେ ଆପଣଙ୍କୁ ୧୩୫ ଟଙ୍କା ବଦଳରେ ଭଏସ କଲିଙ୍ଗ ପାଇଁ ୧,୪୪୦ ମିନିଟ ସୁବିଧା ମିଳିବ। ଏହି ଭାଉଚର ୨୪ ଦିନର ବୈଧତା ସହିତ ଆସିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.