ମମିତା ମେହେର ହତ୍ୟା ଘଟଣାରେ ଡିଜିପିଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

କଟକ(କେନ୍ୟୁଜ୍):  ବଲାଙ୍ଗିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଡିଜିପିଙ୍କୁ ଭେଟିବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମମିତା ମେହେର ହତ୍ୟା ଘଟଣାରେ ଡିଜିପିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ । ଏହି ଘଟଣାରେ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟ୍‌ରେ ନାଁ ଦାଖଲ କରିବାର ଆବଶ୍ୟକତା ରହିଛି ।

ଘଟଣାର ସିବିଆଇ ତଦନ୍ତ କରାଯିବା ଦରକାର। ସେପଟେ ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ମମିତା ମେହେର ଘଟଣାରେ ରାଜ୍ୟ ପୋଲିସ ତଦନ୍ତ ସଠିକ୍‌ ଭାବେ ଚାଲିଛି । ବର୍ତ୍ତମାନ ମାମଲା ବିଚାରାଧୀନ ଥିବା ସେ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.