Below header

ବଙ୍ଗାଳୀ ନାଟ୍ୟକାର ସୁଦିପ୍ତୋ ଚାଟାର୍ଜୀ ଗିରଫ, ଦୁଷ୍କର୍ମ ଏବଂ ଅସଦାରଚରଣ ଅଭିଯୋଗରେ ଗିରଫ କଲା କଲିକତା ପୋଲିସ

ବଙ୍ଗାଳୀ ନାଟ୍ୟକାର ସୁଦିପ୍ତୋ ଚାଟାର୍ଜୀଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ଅଭିଯୋଗରେ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେବା ପରେ କଲିକତା ପୋଲିସ ତାଙ୍କୁ ଗିରଫ କରିଛି।

ସୁଦିପ୍ତୋଙ୍କ ବିରୋଧରେ ଫୁଲବାଗନ ପୋଲିସ ଷ୍ଟେସନରେ ଶୁକ୍ରବାର ସକାଳେ ଏକ ଅଭିଯୋଗ ହୋଇଥିଲା। ଯେଉଁଥିରେ ଜଣେ ୨୦ ବର୍ଷୀୟ ଯୁବତୀ ଦୁଷ୍କର୍ମ କରାଯାଇଥିବାର ଉଲ୍ଲେଖ ରହିଥିଲା। ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା କି, ସୁଦିପ୍ତୋ ସେହି ଯୁବତୀଙ୍କୁ ଘରକୁ ଡାକି ପଢାଇବା ବାହାନାରେ ତାଙ୍କ ଶରୀର ବିଭିନ୍ନ ସମ୍ବେଦଶନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଭିନ୍ନ ଭିନ୍ନ ଅଶାଳୀନ ଇଙ୍ଗତ କରନ୍ତି।

କେବଳ ଏତିକି ନୁହେଁ ସୁଦିପ୍ତୋଙ୍କ ବିରୋଧରେ ବେଲେଘାଟ ପୋଲିସ ଷ୍ଟେସନରେ ଆଉ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଏକ ରିପୋର୍ଟ ଦାଖଲ ହୋଇଛି। ପ୍ରଥମ ଯୁବତୀ ଜଣକ ଫେସବୁକ୍‌ ପୋଷ୍ଟ କରିବା ପରେ ଏହି ଯୁବତୀ ଜଣକ ସାହସ କରି ରିପୋର୍ଟ ଦାଖଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.