ଜନ୍ମସ୍ଥାନ ସିମ୍‌ଲାରେ ପହଞ୍ଚିଲେ ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା, ଦେଖନ୍ତୁ ଭିଡିଓରେ ତାଙ୍କୁ କିଏ କଲା କିସ୍‌

ଯିଏ ଥରେ ସିମ୍‌ଲା ଭ୍ରମଣ କରିଛି ସେ ହିଁ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରକୃତ ଅର୍ଥ ବୁଝିଛି। ସିମ୍‌ଲା ବୁଲିବା ଅବସରରେ ବଲିଉଡ୍‌ର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି। ସେ ସିମ୍‌ଲାର ଭିଡକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କହିଛନ୍ତି ଯେ ବିଶ୍ୱାସ ହେଉନି ସିମ୍‌ଲା ଏତେ ଗହଳିର ସହରରେ ପରିଣତ ହୋଇଛି।

 

 

View this post on Instagram

 

When you are happy and you know it take a hike …. 💕#heavenonearth #shimla #pztravel #ting

A post shared by Preity G Zinta (@realpz) on

ଏଥିସହ ପ୍ରୀତି ସିମ୍‌ଲାରେ ଏକ ଭିଡିଓ ମଧ୍ୟ ସୁଟିଂ କରିଛନ୍ତି। ଭିଡିଓରେ ତାଙ୍କ ସହ ଏକ ଛୋଟ ପିଲା ରହିଛି। ଭିଡିଓ ମାଧ୍ୟମରେ ପ୍ରୀତି କହିଛନ୍ତି ଯେ ସିମ୍‌ଲା ଆସି ଖୁବ୍‌ ମଜା ଲାଗିଲା। ସିମ୍‌ଲାର ପାହାଡ଼, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏଠାକାର ଚାହାକୁ ସେ ଖୁବ୍‌ ମିସ୍‌ କରୁଥିଲେ ବୋଲି ମଧ୍ୟ କହିଛନ୍ତି। ଭିଡିଓରେ ସେ ସିମ୍‌ଲାକୁ ପୃଥିବୀର ସ୍ୱର୍ଗ ଭାବେ ମଧ୍ୟ ପ୍ରଶଂସା କରି କହିଛନ୍ତି। ତେବେ ଭିଡିଓ ସୁଟିଂ ବେଳେ କୁନି ପିଲାଟି ପ୍ରୀତିଙ୍କ ଗାଲକୁ କିସ୍‌ କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶର ସିମଲା ଜିଲ୍ଲାର ରୋହଡ଼ୁଠାରେ ପ୍ରୀତି ଜିଣ୍ଟାଙ୍କ ଜନ୍ମ। ତାଙ୍କ ପିଲାବେଳ ସିମ୍‌ଲାରେ ହିଁ ବିତିଥିଲା। ସିମ୍‌ଲାରେ ବୁଲିବା ସମୟରେ ସେ ପିଲାବେଳେ ଯାଉଥିବା ସ୍ଥାନଗୁଡ଼ିକୁ ମଧ୍ୟ ପରିଦର୍ଶନ କରିଥିଲେ।

 

ଏହାସହ ପଢ଼ନ୍ତୁ:  ନିକ୍‌ଙ୍କ ପାଇଁ କରଓ୍ଵା ଚୌଥ କଲେ ପ୍ରିୟଙ୍କା, ଫଟୋ ସେୟାର ପରେ ଏମିତି କହିଲେ ୟୁଜର

ନିଜ ଭାଇଙ୍କ ସହ ବାଇକ୍‌ରେ ସିମ୍‌ଲା ଗସ୍ତର ଫଟୋ ସେୟାର କରିଛନ୍ତି ପ୍ରୀତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.