Below header

ଆସନ୍ତା ୮ରେ କ୍ରେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ(କେନ୍ୟୁଜ୍): ଆସନ୍ତା ୮ତାରିଖରେ କ୍ରେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚର ଦେଶବ୍ୟାପୀ ସାଧାରଣ ଧର୍ମଘଟ। ବେକାରୀ, ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡିଫିକେସନ, ଘରୋଇକରଣ ଆଦି ପ୍ରତିବାଦରେ ୧୨ଦଫା ଦାବିରେ ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏହାସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ମଧ୍ୟ ରହିଛି। ଦେଶରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ଓ ଏହାର ପ୍ରଭାବ ନେଇ ଧର୍ମଘଟର ଡାକରା ଦିଆଯାଇଛି।

ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି, ଏବଂ ବିଭିନ୍ନ ସ୍ୱାଧୀନ ଫେଡେରେସନ ଯଥା ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସଏନଏଲ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନେ ଜାନୁଆରି ୮ତାରିଖରେ ଦେଶବ୍ୟାପୀ ଧର୍ମଘଟକୁ ଓହ୍ଲାଇଛନ୍ତି। ମୋଦି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦେଶରେ ବେକାରୀ ଓ ଅର୍ଦ୍ଧ ବେକାରୀ କ୍ରମାଗତ ଭାବେ ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରକୁ ବିଦେଶୀ ପୁଞ୍ଜିକୁ ଟେକି ଦେବାକୁ ଚକ୍ରାନ୍ତ ଚାଲିଛି। ବ୍ୟାଙ୍କ ମିଶ୍ରଣ କରି ବ୍ୟାଙ୍କର ଅନାଦେୟ ଋଣକୁ ବଡ଼ ବଡ଼ ଶିଳ୍ପପତିଙ୍କୁ ଛାଡ଼ କରାଯାଉଛି। ଏହାର ପ୍ରତିବାଦରେ ଦିଆଯାଇଥିବା ଧର୍ମଘଟର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ନେଇ ସହଯୋଗ ଲୋଡିଛି ମଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.