ସାମ୍ନାକୁ ଆସିଲା ‘ମଲଙ୍ଗ’ର ଦମଦାର ପୋଷ୍ଟର, ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌ ଲୁକ୍‌ରେ ନଜର ଆସିବେ ଆଦିତ୍ୟ ରାୟ କପୁର

ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଫିଲ୍ମ ମଲଙ୍ଗର ଟ୍ରେଲର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ମଲଙ୍ଗର ଧମାକାଦାର ପୋଷ୍ଟର ରିଲିଜ୍‌ ହୋଇଛି। ଏହି ପୋଷ୍ଟରରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନୀଲ କପୁର ଓ କୁନାଲ ଖେମୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଫିଲ୍ମରେ ଆଦିତ୍ୟ ରାୟ କପୁରଙ୍କୁ ଆକ୍ସନ୍‌ ସହ ରୋମାନ୍ସ ଓ ଥ୍ରିଲର ତଥା ସସ୍‌ପେନ୍ସ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ରିଲିଜ୍‌ ହେବ।

ମଲଙ୍ଗର ଏହି ନୂଆ ପୋଷ୍ଟରରେ ଫିଲ୍ମର ସମସ୍ତ ଷ୍ଟାର ଦମ୍‌ଦାର ଲୁକ୍‌ରେ ନଜର ଆସୁଛନ୍ତି। ଆଦିତ୍ୟ ରାୟ କପୁର ଆଙ୍ଗ୍ରୀ ବିୟର୍ଡ ଲୁକ୍‌ରେ ଥିବା ବେଳେ ଦିଶା ଚିନ୍ତାରେ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କୁନାଲ ପୋଷ୍ଟରରେ ଭୀଷଣ ରାଗିଥିବା ଜଣାପଡ଼ୁଛନ୍ତି। ସେହିପରି ଅନୀଲ କପୁର ହାତରେ ବନ୍ଧୁକ ଧରି ହସୁଛନ୍ତି।

ଟ୍ଵିଟରରେ ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଏହି ପୋଷ୍ଟରକୁ ସେୟାର କରିଛନ୍ତି।

Leave A Reply

Your email address will not be published.