ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆସିଗଲା ‘Vivo Carnival Sale 2020’, ଶସ୍ତା ଦାମ୍‌ରେ କିଣନ୍ତୁ ବଢ଼ିଆ ସ୍ମାର୍ଟଫୋନ୍‌

ଚୀନ୍‌ର ଟେକ୍‌ କମ୍ପାନୀ ‘Vivo’ର ସେଲ୍‌ କାର୍ନିଭାଲ୍‌ ୨୦୨୦ ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ଆରମ୍ଭ ହୋଇଯାଇଛି। Vivoର ଏହି ସେଲ୍‌ ୬ ଜାନୁୟାରୀରୁ ଆରମ୍ଭ ହୋଇ ୯ ଜାନୁୟାରୀ ପଯ୍ୟର୍ନ୍ତ ଚାଲିବ। ଗ୍ରାହକମାନଙ୍କୁ ଏଥିରେ Vivoର ସ୍ମାର୍ଟଫୋନ୍‌କୁ କିଣିବା ଉପରେ ଆକର୍ଷଣୀୟ ଅଫର୍‌, ଡିଲ୍ସ ଏବଂ ଡିସ୍‌କାଉଣ୍ଟ ମିଳିବ। ଏହାଛଡ଼ା କମ୍ପାନୀ ଗ୍ରାହକମାନଙ୍କ ପାଇଁ କିଛି ଡିଭାଇସ୍‌କୁ ଖାସ୍‌ ପ୍ରାଇଜ୍‌ ଟ୍ୟାଗ୍‌ ସହିତ ଉପଲବ୍ଧ କରାଇଛି। ଆସନ୍ତୁ ଜାଣିବା, Vivoର କେଉଁ ସ୍ମାର୍ଟଫୋନ୍‌ରେ କେଉଁ ପ୍ରକାରର ଅଫର୍‌ ମିଳୁଛି।

vi2

Vivo U10

Vivo ସେଲ୍‌ରେ ଗ୍ରାହକମାନେ ଏହି ଫୋନ୍‌କୁ ୩୨ ଜିବି ଷ୍ଟୋରେଜ୍‌ ଭାରିଏଣ୍ଟକୁ ୮,୪୯୦ ଟଙ୍କାରେ କିଣିପାରିବେ। ସେହିପରି ୬୪ ଜିବି ଷ୍ଟୋରେଜ୍‌ ଭାରିଏଣ୍ଟକୁ ୮,୯୯୦ ଏବଂ ୪ ଜିବି ର‍୍ୟାମ୍‌ ଭାରିଏଣ୍ଟକୁ ୯,୯୯୦ ଟଙ୍କା ମୂଲ୍ୟରେ କିଣିପାରିବେ। ଏହାସହିତ ଗ୍ରାହକମାନଙ୍କୁ ୬,୧୦୦ ଟଙ୍କାର ଏକ୍ସଚେଞ୍ଜ୍‌ ଅଫର୍‌ ମିଳିବ। ଅନ୍ୟପଟେ କମ୍ପାନୀ ଆଇସିଆଇସିଆଇ ବ୍ୟାଙ୍କର ଡେବିଡ୍‌ କିମ୍ବା କ୍ରେଡିଟ୍‌ କାର୍ଡରେ କିଣାକିଣି ଉପରେ ୧,୫୦୦ ଟଙ୍କାର ଫାଇଦା ଦେବ।

vi4

Vivo U20

Vivoର ବମ୍ପର ସେଲ୍‌ରେ ଗ୍ରାହକମାନେ ଏହି ଫୋନ୍‌ର ୪ ଜିବି ର‍୍ୟାମ୍‌ ଭାରିଏଣ୍ଟକୁ ୧୦,୯୯୦ ଟଙ୍କାରେ କିଣିପାରିବେ। ସେହିପରି ୬ ଜିବି ର‍୍ୟାମ୍‌ ଭାରିଏଣ୍ଟକୁ ୧୧,୯୯୦ ଟଙ୍କା ଦାମ୍‌ରେ କିଣିପାରିବେ। ଏହାଛଡ଼ା ଗ୍ରାହକମାନଙ୍କୁ ୭,୫୦୦ ଟଙ୍କାର ଏକ୍ସଚେଞ୍ଜ୍‌ ଅଫର୍‌ ମିଳିବ। ଏଠାରେ କମ୍ପାନୀ ନୋ କଷ୍ଟ ଇଏମ୍‌ଆଇ ଅଫର୍ସ ମଧ୍ୟ ଦେଉଛି।

vi5

Vivo V15 Pro

ଗ୍ରାହକମାନେ Vivoର ଏହି ସେଲ୍‌ ସମୟରେ ୬ ଜିବି ର‍୍ୟାମ୍‌ ଭାରିଏଣ୍ଟକୁ ୧୯,୯୯୦ ଟଙ୍କାରେ କିଣିପାରିବେ। ଏହାଛଡ଼ା ଗ୍ରାହକମାନଙ୍କୁ ଏହି ଫୋନ୍‌ରେ ୧୩,୦୦୦ ଟଙ୍କାର ଡିସ୍‌କାଉଣ୍ଟ ମିଳିପାରିବ। କେବଳ ଏତିକି ନୁହେଁ, ଏହି ଫୋନ୍‌ ୭,୪୫୦ ଟଙ୍କାର ଏକ୍ସଚେଞ୍ଜ୍‌ ଅଫର୍‌ ସହିତ ଉପଲବ୍ଧ ଅଛି। ଏଠି ମଧ୍ୟ ଫୋନ୍‌କୁ ନୋ କଷ୍ଟ ଇଏମ୍‌ଆଇ ଅପ୍‌ଶନ ସହିତ କିଣାଯାଇପାରିବ।

vi22

Vivo v17

Vivo ସେଲ୍‌ରେ Vivo v17ର ୮ ଜିବି ର‍୍ୟାମ୍‌ ଭାରିଏଣ୍ଟ ୨୨,୯୯୦ ଟଙ୍କା ପ୍ରାଇଜ୍‌ ଟ୍ୟାଗ୍‌ ସହିତ ଉପଲବ୍ଧ ରହିଛି। ଗ୍ରାହକମାନଙ୍କୁ ଏହି ଫୋନ୍‌ କିଣିବା ଉପରେ ୫,୦୦୦ ଟଙ୍କାର ଡିସ୍‌କାଉଣ୍ଟ ଏବଂ ୭,୪୫୦ ଟଙ୍କାର ଏକ୍ସଚେଞ୍ଜ୍‌ ଅଫର୍‌ ମିଳିବ। ଏହାଛଡ଼ା ଗ୍ରାହକମାନେ ଏହି ଫୋନ୍‌କୁ ନୋ କଷ୍ଟ୍‍ ଇଏମ୍‌ଆଇରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.