Below header

ବିହାର ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ, ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ହେଉଛି ଭୋଟ ଗ୍ରହଣ

ବିହାର: ବିହାର ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ୧ ହଜାର ୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟି ୩୫ ଲକ୍ଷ ୫୪ ହଜାର ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଭିତରେ ୧୦୯୪ ଜଣ ପୁରୁଷ ଥିବା ବେଳେ ୧୧୦ ଜଣ ମହିଳା ଅଛନ୍ତି । ୩୩ ହଜାର ୭୮୨ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଏହି ପର୍ଯ୍ୟାୟର ୭୮ ଆସନରୁ ଆରଜେଡି ୪୬ ଆସନରେ ଲଢୁଥିବା ବେଳେ କଂଗ୍ରେସ ୨୫ ଆସନରେ ଲଢୁଛି । ସେହିଭଳି ବିଜେପି ୩୫ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜେଡିୟୁ ୩୭ ଆସନରେ ପ୍ରାର୍ଥୀ ଦେଇଛି । ଗତ ନିର୍ବାଚନରେ ଆରଜେଡି ୨୦ ଆସନରେ ଜିତିଥିବା ବେଳେ କଂଗ୍ରେସ ୧୦ ଆସନରେ ବାଜି ମାରିଥିଲା ।

ସେହିଭଳି ବିଜେପି ୧୯ ଆସନରେ ବିଜୟ ବାନା ଉଡାଇଥିବା ବେଳେ ଜେଡିୟୁକୁ ୨୪ ଆସନ ମିଳିଥିଲା । ଆଜିର ନିର୍ବାଚନ ବିହାର ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପର୍ଯ୍ୟାୟ ନର୍ବାଚନ ହିଁ ନିର୍ଣ୍ଣାୟକ ହେବା କୁହାଯାଉଛି । ଏନଡିଏ କ୍ଷମତାକୁ ପୁଣି ଫେରିବ ନା ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ, ଆଜିର ଭୋଟର ହିଁ ଏହାର ନିର୍ଣ୍ଣାୟ କରିବେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.