Below header

ବସ୍‌ ଷ୍ଟପ୍‌ ରେ ହଠାତ୍‌ ଚାଲିଲା ବ୍ଲୁ ଫିଲ୍ମ, ଭିଡିଓ କରି ଭାଇରାଲ କଲେ ଲୋକେ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କିଛି ଲୋକମାନେ ଚିନ୍ତାରେ ପଡିଯାଇଥିଲେ। କାରଣ ଯେତେବେଳେ ଏକ ବସ ଷ୍ଟପ୍‌ ରେ ଲାଗଥିବା ଫେୟର କଲେକ୍ସନ ମେଶିନରେ ବ୍ଲୁ ଫିଲ୍ମ ଚାଲିଥିଲା। ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଏହାର ଭିଡିଓ କରି ଜିଲ୍ଲା ପ୍ରଶାସନଙ୍କୁ ଦେଖାଇଥିଲେ। କିନ୍ତୁ ଏହି ଘଟଣାକୁ ନେଇ ଅନ୍ୟ ଯାତ୍ରୀମାନେ କରିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ଭୋପାଳର ହୋସଂଗାବାଦ ରୋଡ ସ୍ଥିତ ଏକ ବସ୍‌ ଷ୍ଟପ୍‌ ରେ ଲାଗିଥିବା ଫେୟର କଲେକ୍ସନ ମେସିନରେ ବ୍ଲୁ ଫିଲ୍ମ ଚାଲୁଥିଲା। ଏହି ବସ୍‌ ଷ୍ଟପ୍‌ ରେ ଭୋପାଳ ସିଟି ଲିଙ୍କ ଲିମିଟେଡ ଦ୍ୱାରା ସଂଚାଳିତ ନଗର ନିଗମର ବସ୍‌ ଥିଲା। ସୋସିଆଲ ମିଡିଆରେ ବସ୍‌ ଷ୍ଟପ୍‌ର ଫେୟର କଲେକ୍ସନ ମେସିନରେ ଚାଲୁଥିବା ବ୍ଲୁ ଫିଲ୍ମ ଭାଇରାଲ ହେବା ଏବଂ ଯାତ୍ରୀମାନଙ୍କ ଦ୍ୱାରା ଅଭିଯୋଗ ହେବା ପରେ ନଗର ନିଗମ ପ୍ରଶାସନ ଏବଂ ବିସିସିଏସ ଅଫିସ୍‌ ରେ କୋଳାହଳ ଖେଳିଯାଇଥିଲା। ସୂଚନା ମୁତାବକ ଯେଉଁ ବସ୍‌ ଷ୍ଟପ୍‌ରେ ଏହି ବ୍ଲୁ ଫିଲ୍ମ ଚାଲୁଥିଲା ସେଠୋର ଆଖପାଖରେ ହଜାର ହଜାର ସଂଖ୍ୟାରେ କଲେଜ ଛାତ୍ର-ଛାତ୍ରୀ ରହୁଥିଲେ। ଅଧିକାଂଶ ଛାତ୍ର-ଛାତ୍ରୀମାନେ ଏହି ବସ୍‌ ଷ୍ଟପ୍‌ ରେ ବସ୍‌ ପାଇଁ ମଧ୍ୟ ଅପେକ୍ଷା କରି ରହିଥାନ୍ତି।

bus-stand

ଏହାସହ ପଢନ୍ତୁ: ୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ବିସିସିଏଲର ଡାଇରେକ୍ଟର କେଓ୍ଵଲ ମିଶ୍ରାଙ୍କୁ ମିଳିଥିବା ସୂଚନା ଅନୁଯାୟୀ ବସ୍‌ ଷ୍ଟପ୍‌ ର ଫେୟର କଲେକ୍ସନ ମେସିନରେ ଚାଲୁଥିବା ବ୍ଲୁ ଫିଲ୍ମ ସଫ୍ଟେଓ୍ଵୟାରରେ ଗତ ୨୮ ଅକ୍ଟୋବରରେ ଅପଲୋଡ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଡାଇରେକ୍ଟରଙ୍କ କହିବା ଅନୁଯାୟୀ ବିସିଏଲଏଲ ଅଫିସରଙ୍କ ଏହି ଅଭିଯୋଗ ସାଇବର ସେଲ ଏବଂ ବାଗସେଓ୍ଵନିୟା ଥାନାରେ ମାମଲା ରୁଜୁ କରିବା କରିବା ପାଇଁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.