ଜାଣନ୍ତୁ ସ୍ୱାଦିଷ୍ଟ ‘ପଣସ’ ବିଷୟରେ କିଛି ରୋଚକ ତଥ୍ୟ

ନିଜର ତଥା ଆଖପାଖର ବାଡ଼ି ବଗିଚାରେ ପ୍ରାୟ ସମସ୍ତେ ନିଶ୍ଚିତ ରୂପେ ପଣସ ଦେଖିଥିବେ । କିନ୍ତୁ ଏହି ବିରାଟ ଆକାରର ଫଳଟିର ଇତିହାସ ସମ୍ପର୍କରେ ହୁଏତ ଖୁବ ଲୋକ ହିଁ ଜାଣିଥିବେ । ବାସ୍ତବରେ ଏହାର ଜନ୍ମ ଭାରତର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ହିଁ ହୋଇଥିଲା । ପରେ ଧୀରେ ଧୀରେ ଏହାର ଲୋକପ୍ରିୟତା ଏସିଆ ମହାଦେଶର ଦକ୍ଷିଣ ପୂର୍ବ ପ୍ରାନ୍ତ ଓ ଆଫ୍ରିକା ମହାଦେଶରେ ପହଞ୍ଚିଥିଲା । ଭାରତର କିଛି କିଛି ସ୍ଥାନରେ ଏହାକୁ କଞ୍ଚା ଭାବେ ତରକାରୀ କରି ଖାଇବାକୁ ପସନ୍ଦ କରୁଥିବା ଆଉ କିଛି କିଛି ଲୋକ ପାଚିଲା ପଣସର ଅଧିକ ମଜା ନେଇଥାନ୍ତି । ଖୁବ ସହଜରେ ଆଖପାଖର ଦୋକାନ ତଥା ହାଟ ବଜାରରେ ମିଳି ଯାଉଥିବାରୁ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ କରି ଉତ୍ତର ଭାରତରେ ଏହାକୁ ତରକାରୀ ଖାଇଥାନ୍ତି । ଯେବେକି ଭାରତର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତର ଲୋକେ ପାଚିଲା ଫଳ ଭାବେ ଏହାର ମଜା ନେଇଥାନ୍ତି ।

jackfruit

କେତେ ଜଣଙ୍କ ମତରେ ଏହି ଅଦ୍ଭୁତ ଫଳ ଏକ କାଳୀନ ସେଓ, କଦଳୀ, ଆମ୍ବ ଓ ଡାଳିମ୍ବ ଭଳି ସ୍ୱାଦିଷ୍ଟ ଫଳ ମାନଙ୍କର ସ୍ୱାଦ ଦେଇଥାଏ । ଭିନ୍ନ ଭିନ୍ନ ରୂପେ ଖିଆ ଯାଉଥିବା ବେଳେ ଉଦ୍ଭିଦ ବିଶାରଦ ମାନେ ଏହାକୁ ଏକ ଫଳର ମାନ୍ୟତା ଦେଇଛନ୍ତି । ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହାକୁ ଛଡ଼ାଇବା ତଥା କାଟିବା ଖୁବ କଷ୍ଟକର ହୋଇଥାଏ । କଞ୍ଚା ହେଉକି ପାଚିଲା ଏହାକୁ ଛଡାଇବା କି କାଟିବା ଏତେଟା ସହଜ ହୋଇନଥାଏ । ଏହାର ଅଠା ଭଳି ଲାଳୁଆ ପଦାର୍ଥ ଶରୀରରେ ଲାଗିବା କ୍ଷଣି କୁଣ୍ଡେଇ ହୋଇଥାଏ । ହାତରେ ଭଲ ରୂପେ ତେଲ ମାଲିସ କରି ଏହାକୁ ହାତ ଦେଲେ ହୁଏତ କିଛିଟା ରକ୍ଷା ମିଳିଥାଏ ।
ଏହି ଫଳର ସ୍ୱାଦ ମାଂସ ପରି ହୋଇଥାଏ । ଯେଉଁମାନେ ସମ୍ପୂର୍ଣ ରୂପେ ସାକାହାରୀ ସେହିମାନେ ଏହାର ମଜା ନେଇ ପାରିବେ । ଓଡ଼ିଶାର କେତେକ ଅଞ୍ଚଳରେ ତ ଏହାକୁ ଗଛରେ ଫଳୁଥିବା ଛେଳି ଛୁଆର ଆଖ୍ୟା ଦିଆଯାଇଛି ।

ଏହା ସହ ପଢନ୍ତୁ: ବିବାହ ପାଇଁ ପ୍ଲାନିଂ କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର, ଝିଅକୁ ସୁନା ଉପହାର ଦେବେ ସରକାର

jackfruit

ଖାଲି ତରକାରୀ କାହିଁକି ଏଥିରେ ଆପଣ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ । ପଣସ ବିରିୟାନୀ, ଚି଼ଲ୍ଲୀ ପଣସ, ପଣସ କବାବ ପରି ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ । ପ୍ରକୃତରେ ପଣସର ଇଂରାଜୀ ନାମ ହେଉଛି ଯାକଫ୍ରୁଟ, ଯାହାକି ପର୍ତ୍ତୁଗାଲ ଶବ୍ଦ ଜୈକାରୁ ହିଁ ଆସିଛି । ଏହା ବାଦ ଏହି ଶବ୍ଦଟି ମଧ୍ୟ ମାଲାୟାଲାମ ଶବ୍ଦ ଚକ୍କାରୁ ହିଁ ଆସିଛି । ଏହାର ସନ୍ଧାନ ପ୍ରଥମେ କେରଳରେ ଅବସ୍ଥାନ କରୁଥିବା ପର୍ତ୍ତୁଗୀଜ ମାନେ ହିଁ କରିଥିଲେ । ପ୍ରାୟ ୫୦୦ ବର୍ଷ ତଳର ପର୍ତ୍ତୁଗାଲ ଯାତ୍ରା ମାନଙ୍କର ବୃତ୍ତାନ୍ତରେ ଏହି ଫଳ ବାବଦରେ ବର୍ଣ୍ଣନା କରାଯାଇଛି । ନିଜର ବଡ ଆକାର ଓ ଅଦ୍ଭୁତ ଗନ୍ଧ କାରଣରୁ ଏହାକୁ ନେବା ଆଣିବା କରିବା ଏତେଟା ସହଜ ହୋଇନଥାଏ । କିନ୍ତୁ ପଣସର ସବୁଠୁ ଅଧିକ ଉତ୍ପାଦନ ଭାରତର କେରଳ ରାଜ୍ୟରେ ହିଁ କରାଯାଏ । ଏହାକୁ ସେଠାକାର ରାଜ୍ୟ ଫଳ ଭାବେ ମଧ୍ୟ ଘୋଷିତ କରାଯାଇଛି ।

ଏହା ସହ ପଢନ୍ତୁ: ଶେଷ ଯାତ୍ରାରେ ସାମିଲ ହେଲା ୨୦୦୦ ସ୍ପୋର୍ଟ୍ସ କାର, ଜାଣନ୍ତୁ କେଉଁଠି

ଏହା ବାଦ ଏହାକୁ ବାଂଲାଦେଶର ରାଷ୍ଟ୍ରୀୟ ଫଳର ମାନ୍ୟତା ଦିଆଯାଇଛି । ଆଫ୍ରିକା ମହାଦେଶରେ ଏହାକୁ ମାଂସ ସହ ଖାଇବାର ବିଧି ରହିଥିବା ବେଳେ ଫିଲିପାଇନ୍ସରେ ଏହାର ତରକାରୀ ନଡ଼ିଆ ରସ ସହ ପ୍ରସ୍ତୁତ କରାଯାଇଥାଏ । କେରଳରେ ତ ଏଥିରେ ହାଲୁଆ ପ୍ରସ୍ତୁତ କରି ମିଠା ଜାତୀୟ ଖାଦ୍ୟ ଭାବେ ଖାଇଥାନ୍ତି । ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରେ ଏହାର ସ୍ୱାଦ ନେଇ ଧାରଣା ଭିନ୍ନ ଭିନ୍ନ ଥିବା ମଧ୍ୟ ପରିଲକ୍ଷିତ ହୁଏ । ଝାରଖଣ୍ଡ ଲୋକେ ତାଙ୍କ ଅଞ୍ଚଳର ପଣସକୁ ଅଧିକ ସ୍ୱାଦିଷ୍ଟ ବୋଲି ଦାବି କରୁଥିବା ବେଳେ ମହାରାଷ୍ଟ୍ର ଲୋକେ ତାଙ୍କ ଅଞ୍ଚଳ ପଣାସର ତୁଳନା ନାହିଁ ବୋଲି ଦାବି କରନ୍ତି । ଯେଉଁ ସ୍ଥାନ ମାନଙ୍କରେ ପୂର୍ବରୁ ପଣସ ମିଳୁ ନଥିଲା ସେହି ସ୍ଥାନରେ ବି ଅତି ସହଜରେ ଏହା ପହଞ୍ଚି ପାରୁଛି । ଅଦିନିଆ ଦିନ ମାନଙ୍କରେ ପଣସ ଆଚାର ନେଇ ଏହାର ସ୍ୱାଦ ମଧ୍ୟ ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.