Below header

ବିବାହର ମାତ୍ର ୭୦ ମିନିଟ୍ ଭିତରେ ହେଲା ଛାଡପତ୍ର , ପରିସ୍ଥିତି ହୋଇଥିଲା ଏମିତି

ବିବାହ ଏକ ପବିତ୍ର ବନ୍ଧନ ଯାହା ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଗୁଜୁରାଟର ଅହମଦାବାଦ୍ ରେ  ଏମିତି ଏକ ବିବାହ ଯାହା ସାତ ଜନ୍ମ ତ ଦୂରର କଥା ଘଣ୍ଟାଏ ପାଇଁ ମଧ୍ୟ ତିଷ୍ଠି ପାରିନଥିଲା । ବର-କନ୍ୟାଙ୍କ ହାତଗଣ୍ଠି ପଡିବାର କିଛି ସମୟ ଭିତରେ ହିଁ ତାଙ୍କର ହୋଇଯାଇଥିଲା ଛାଡ଼ପତ୍ର । ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।

Marriageଖବର ମୁତାବକ , ଅହମଦାବାଦ ର ଗୋନଡ଼ଲ୍ ରେ ଧୂମଧାମରେ ଏକ ବିବାହ ଉତ୍ସବ ପାଳନ କରାଯାଉଥିଲା। ବର ଏବଂ କନ୍ୟା ଉଭୟ ପକ୍ଷ ମଧ୍ୟ ବହୁତ ଖୁସି ଥିଲେ। ବର- କନ୍ୟା ମଧ୍ୟ ବେଦିରେ ବସି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥିଲେ। ବିବାହ ପରେ ଦୁଇ ପକ୍ଷ ଏକାଠି ବସି ଭୋଜନ କରିଥିଲେ । ବର-କନ୍ୟା ଙ୍କ ସହ ତାଙ୍କର ସାଙ୍ଗ ଏବଂ ସମ୍ପର୍କୀୟମାନେ ମଧ୍ୟ ଭୋଜନରେ ସାମିଲ ହୋଇଥିଲେ । କିନ୍ତୁ ସେହି ସମୟରେ କିଛି ଏମିତି କଥା କୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଯାହାର ପରିମାଣ ଛାଡପତ୍ର ପର୍ଯ୍ଯନ୍ତ ଚାଲିଯାଇଥିଲା ।

divorce ଝଗଡ଼ା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଦୁଇ ପକ୍ଷ ପରସ୍ପର ମଧ୍ୟରେ ବାସନ ଫିଙ୍ଗା ଫୋପଡ଼ା କରିଥିଲେ। ପରିସ୍ଥିତି ଏତେ ଜଟିଳ ହୋଇଯାଇଥିଲା କି,  ଘଟଣାସ୍ଥଳକୁ ପୋଲିସକୁ ଡ଼କାଯାଇଥିଲା । ଏହାପରେ ଝଗଡ଼ା ଶେଷ ହେବା ସହିତ ବର-କନ୍ୟା ଙ୍କର ସମ୍ପର୍କ ମଧ୍ୟ ସବୁଦିନ ପାଇଁ ଶେଷ ହୋଇଯାଇଥିଲା। ଏହି ସମୟରେ ଉଭୟ ପକ୍ଷ ନିଜ ନିଜ ର ଓକିଲଙ୍କୁ ଡ଼ାକି ବର-କନ୍ୟାଙ୍କର ଛାଡ଼ପତ୍ର କାରାଇଥିଲେ । ଏହାସହିତ ବର କୁ ମିଳିଥିବା ସବୁ ଉପହାର ଫେରାଇ ଦେଇ କନ୍ୟାକୁ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ ବରପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.