Vodafone ନିଜ ଗ୍ରାହକଙ୍କୁ ଫ୍ରୀରେ ଦେଉଛି ୪ ଜିବି ଡାଟା, ଏମିତି ଉଠାନ୍ତୁ ଫାଇଦା

ଯଦି ଆପଣ ଭୋଡାଫୋନ ଆଇଡିୟାର ଗ୍ରାହକ ଅଟନ୍ତି ଏବଂ ଏହା ସହିତ ଆପଣ ବିହାର-ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ-ଛତିଶଗଡ ସର୍କଲରେ ହୋଇଥାନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ ଖବର। ଏହି ଦୁଇଟି ସର୍କଲରେ ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ଫ୍ରୀ ରେ ୪ ଜିବି ଡାଟା ଦେଉଛି। ଏହି ଅଫର ଦ୍ବାରା ସେହି ଲୋକମାନଙ୍କୁ ୪ ଜିବି ଡାଟା ମିଳିବ ଯେଉଁ ଲୋକମାନେ ପୁରୁଣା ସିମ୍ କାର୍ଡକୁ ୪ଜିରେ ଅପଗ୍ରେଡ କରିଥିବେ ବା ନୂଆ ୪ଜି ସିମ୍ କାର୍ଡ କିଣିଥିବେ।

ନିଶ୍ଚୟ ପଢ଼ନ୍ତୁ : ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ ୧୦୦ ଟଙ୍କା ରିଚାର୍ଜରେ ପାଇବେ ଲାଇଫଟାଇମ୍ ଇନକମିଙ୍ଗ୍

ଭୋଡାଫୋନର ଏହି ନୁଆ ଅଫର ଦ୍ବାରା ଗ୍ରାହକଙ୍କୁ ୪ ଜିବି ଡାଟା ୧୦ ଦିନର ବୈଧତା ସହିତ ମିଳିବ ଏବଂ ଏହି ଡାଟା ଗ୍ରାହକଙ୍କର ଖାତାରେ ଆପେ ଆପେ ଯୋଡି ହୋଇଯିବ, ଯାହାର ସୂଚନା ଆପଣ ଭୋଡାଫୋନ ଆପ୍ ଜରିଆରେ ଜାଣି ପାରିବେ।

vodafoneଜଣାଇବାକୁ ଚାହିଁବୁ ଯେ ଭୋଡାଫୋନ ୧୫୪ ଟଙ୍କାର ପ୍ରି-ପେଡ୍ ପ୍ଲାନ ଲଞ୍ଚ କରିଛି ଯାହାର ବୈଧତା ୧୮୦ ଦିନ ପର୍ଯ୍ୟନ୍ତ ଅଟେ। ଏହି ପ୍ଲାନରେ ଆପଣଙ୍କୁ ୬୦୦ ମିନିଟ୍ ଲୋକାଲ ନେଟୱାର୍କରେ କଲିଙ୍ଗ୍ ମିଳିବ। ଏହି କଲିଙ୍ଗ୍ ଆପଣ ରାତିରେ କରିପାରିବେ। ଏହି କଲିଙ୍ଗ୍ ଆପଣ କେବଳ ରାତି ୧୨ଟା ରୁ ୬ଟା ପର୍ଯ୍ୟନ୍ତ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.