Below header

ବାହାଘରରେ ମଦ ପିଇ ନାଚିଲେ ବର,ବାହା ହେବାକୁ ତୁରନ୍ତ ମନାକରିଦେଲା କନିଆଁ

ବର ବରଯାତ୍ରୀ ସହିତ ମିଶି ଏମିତି ନାଚିଲା ଯେ କନିଆଁକୁ ଭଲ ଲାଗିଲାନି । ତୁରନ୍ତ ବେଦିରେ ବସିବାକୁ ମନା କରିଦେଲା । ଯାହାପରେ ଶିଶୁ ପାଳ ହୋଇ ଫେରିଛି ବର ।

ବାହାଘରରେ ମଦ ପିଇ ନାଚିଲେ ବର । କନିଆଁକୁ ଆସିଲାନି ପସନ୍ଦ । ତୁରନ୍ତ ମନାକରିଦେଲା ବାହା ହେବାକୁ । ହଁ ଆଜ୍ଞା ଏମିତି ହିଁ ଏକ ଘଟଣା ଘଟିଛି ଗୋଟେ ବାହାଘରରେ । ଯେଉଁଠି ବର ବରଯାତ୍ରୀ ସହିତ ମିଶି ଏମିତି ନାଚିଲା ଯେ କନିଆଁକୁ ଭଲ ଲାଗିଲାନି । ତୁରନ୍ତ ବେଦିରେ ବସିବାକୁ ମନା କରିଦେଲା । ଯାହାପରେ ଶିଶୁ ପାଳ ହୋଇ ଫେରିଛି ବର ।

ଏଭଳି ଏକ ଖବର ଆସିଛି ଉତରପ୍ରଦେଶ ମୈନପୁରୀରରୁ । ବିବାହ ପାଇଁ କନିଆ ଘର ଦ୍ୱାରରେ ଆସି ପହଁଚି ସାରିଥିଲେ ବରଯାତ୍ରୀ । ଭୋଜି, ଭାତ ସହ ସବୁ କିଛି ଚାଲିଥିଲା । ହେଲେ ଏତିକି ବେଳେ ବରର ଅସ୍ୱାଭାବିକ ନାଚିବା ଶୈଳୀ ଦେଖି କନିଆକୁ ସନ୍ଦେହ ହୋଇଥିଲା । ପଚରା ଉଚରା ପରେ କନିଆ ଜାଣିବାକୁ ପାଇଥିଲା ଯେ, ବିବାହ କରିବାକୁ ଆସିଥିବା ବର ମଦ ନିଶାରେ ମଜ୍ଜି ରହିଛି। ଯାହାକୁ ନେଇ କ୍ଷୁବ୍ଧ ହେବା ସହ ନିଜ ଭବିଷ୍ୟତ କଥା ଭାବି ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ କନିଆ ଜଣଙ୍କ ।

ନିଜ ବାପା-ମାଆଙ୍କୁ ବୁଝାଇଥିଲେ, ଯେଉଁ ବ୍ୟକ୍ତି ନିଜ ବାହାଘରରେ ମଦ ନିଶାରେ ରହୁଛି, ଆଗକୁ ଯାଇ ସେ କଣ କରିବ । ମଦ ନିଶାରେ ମତେ ମାରପିଟ୍ ନକରିବ ଏ କଥାର କଣ ଗ୍ୟାରେଂଟି ଅଛି । ଝିଅ ଜିଦ୍ ଆଗରେ ବାପା-ମାଆ ମାନି ଯାଇଥିଲେ ଆଉ ବାହାଘର ଭାଙ୍ଗିଦେଇଥିଲେ । ବିନା ବିବାହରେ ଶିଶୁପାଳ ହୋଇ ଫେରିଥିଲା ବର । ଘଟଣାଟି ମୈନିପୁରୀର ଏକ ଛୋଟିଆ ଗାଁ ଗମ୍ଭିରାର ହୋଇଥିବାବେଳେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କନିଆ ଓ ତାଙ୍କ ପରିବାରର ଏଭଳି ନିଷ୍ପତି ଆମ ସମାଜକୁ ବଡ ବାର୍ତା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.