ମହିଳା ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସ୍ଥାନୀୟ ସଦର ଥାନା ପୁଲିସ ଜଣେ ମହିଳା ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହକୁ ଉଦ୍ଧାର କରିଛି । ତେବେ ତାଙ୍କର ମୃତ୍ୟୁ ସନ୍ଦେହ ଘେରରେ ରହିଛି । ସଦର ଥାନା ଅନ୍ତର୍ଗତ କରଞ୍ଜିଆ ଛକ ନିକଟ ରାସ୍ତା ପାର୍ଶ୍ୱରୁ ଏକ ନିଛାଟିଆ ଜାଗାରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

ବାରିପଦା : ସ୍ଥାନୀୟ ସଦର ଥାନା ପୁଲିସ ଜଣେ ମହିଳା ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହକୁ ଉଦ୍ଧାର କରିଛି । ତେବେ ତାଙ୍କର ମୃତ୍ୟୁ ସନ୍ଦେହ ଘେରରେ ରହିଛି । ସଦର ଥାନା ଅନ୍ତର୍ଗତ କରଞ୍ଜିଆ ଛକ ନିକଟ ରାସ୍ତା ପାର୍ଶ୍ୱରୁ ଏକ ନିଛାଟିଆ ଜାଗାରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣଙ୍କ ହେଉଛନ୍ତି ବାରିପଦା ତକତପୁର ଅଞ୍ଚଳର ସୁରୁ ବାଦ୍ରା(୩୫)।

ସେ ଶାମାଖୁଣ୍ଟା ବ୍ଲକର ସାତପୌଟିଆ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କ୍ୟାସିଅର ଭାବେ କାର୍ଯ୍ୟରତ ଥିଲେ । ବୁଧବାର ସନ୍ଧ୍ୟାରେ ବ୍ୟାଙ୍କରୁ ଘରକୁ ଫେରିବା ସମୟରେ ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ତାଙ୍କର ସହକର୍ମୀଗଣ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତକଙ୍କ ପୁତୁରା ସନ୍ଦିପ ବାଦ୍ରାଙ୍କ ଲିଖିତ ଅଭିଯୋଗ କ୍ରମେ ବୁଧବାର ସଦର ପୁଲିସ ଏକ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହା ଦୁର୍ଘଟଣା କି ଯୋଜନାବଦ୍ଧ ହତ୍ୟା ତାହା ଜଣାପଡିନାହିଁ । ଅଧିକ ତଦନ୍ତ ଜାରି ରହିଛି ।

ମୃତ ମହିଳାଙ୍କ ଘର ବାଦାମପାହାଡ । ସେ ଅବିବାହିତ ଥିବା ବେଳେ ନିକଟରେ ନିଜର ଘର ନିର୍ମାଣ କରି ଭଡାଘର ଛାଡି ସେଠାରେ ରହୁଥିଲେ । ନିଜର ୪ଜଣ ପୁତୁରାକୁ ସେ ପାଠ ପଢାଉଥିଲେ । ଜଣେ ଅମାୟିକ ଓ ସରଳ ବ୍ୟାଙ୍କ କର୍ମଚାରୀ ଭାବେ ସେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳ ଓ ପୈତୃକ ଗ୍ରାମରେ ଶୋକ ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.