ଅଧିକ ଲଗେଜ ଧରି ଟ୍ରେନରେ ଯାତ୍ରା କରୁଛନ୍ତି କି? ତାହେଲେ ଜାଣନ୍ତୁ କେମିତି ଜରିମାନା ଠୁ ପାଇବେ ମୁକ୍ତି

କଣ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି? ଆପଣ ସାଥିରେ ଜିନିଷ ପତ୍ର ଅଧିକ ନେଇଯାଉଛନ୍ତି କି? ତାହେଲେ ଆପଣଙ୍କୁ ଏହି ଖବର ନିହାତି ଜାଣିବା ଦରକାର । ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କ ପାଖରେ ସବୁବେଳେ ପହଁଚାଉ ଲାଟେଷ୍ଟ ଅପଡେଟ୍‌ । ଯେମିତି ଏବେ ଜଣାଇବୁ ଯେ ଯଦି ଆପଣ ଅଧିକ ଲଗେଜ୍‌ ପତ୍ର ଧରି ଟ୍ରେନକୁ ଚଢ଼ିଗଲେ ତାହେଲେ ଆପଣ ସେହି ସମୟରେ ହଠାତ୍‌ କଣ କରିବେ । କଣ ଏମିତି କରିବେ ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ପଡିବନାହିଁ ।

କଣ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି? ଆପଣ ସାଥିରେ ଜିନିଷ ପତ୍ର ଅଧିକ ନେଇଯାଉଛନ୍ତି କି? ତାହେଲେ ଆପଣଙ୍କୁ ଏହି ଖବର ନିହାତି ଜାଣିବା ଦରକାର । ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କ ପାଖରେ ସବୁବେଳେ ପହଁଚାଉ ଲାଟେଷ୍ଟ ଅପଡେଟ୍‌ । ଯେମିତି ଏବେ ଜଣାଇବୁ ଯେ ଯଦି ଆପଣ ଅଧିକ ଲଗେଜ୍‌ ପତ୍ର ଧରି ଟ୍ରେନକୁ ଚଢ଼ିଗଲେ ତାହେଲେ ଆପଣ ସେହି ସମୟରେ ହଠାତ୍‌ କଣ କରିବେ । କଣ ଏମିତି କରିବେ ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ପଡିବନାହିଁ ।

ଏକ ଆକଳନ ଅନୁସାରେ ଭାରତରେ ପ୍ରାୟ ୨.୫ କୋଟି ଲୋକ ଦୈନିକ ଟ୍ରେନରେ ଯାତାୟତ କରିଥାନ୍ତି । ଯାତାୟତ ଲାଗି ଭାରତୀୟଙ୍କ ପ୍ରଥମ ପସନ୍ଦ ହେଉଛି ଟ୍ରେନ୍ । ଦେଶର ସମସ୍ତ ପ୍ରମୁଖ ସହରର ରେଳ ନେଟୱର୍କ ସହ ଯୋଡି ହେବା ଓ ଭଡା କମ୍ ରହିବା କାରଣରୁ ଯାତାୟତ ଲାଗି ଲୋକମାନେ ଟ୍ରେନ୍‌କୁ ପ୍ରାଥମିକତା ଦେଇଥାନ୍ତି । ରେଳଯାତ୍ରୀ ଯାତ୍ରା ସମୟରେ ନିଜ ସହିତ ବିଭିନ୍ନ ସାମଗ୍ରୀ ବା ଲଗେଜ୍ ନେଇ ଯାତ୍ରା କରିଥାନ୍ତି । କିନ୍ତୁ ଏହି ଲଗେଜର ଓଜନ କେତେ ହେବା ଉଚିତ ଓ ଏହାର ଆକାର କେତେ ହେବା ଦରକାର, ରେଳବିଭାଗ ପକ୍ଷରୁ ଏହା ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ଓଜନ ଓ ଆକାରରୁ ଅଧିକ ଜିନିଷ ସହିତ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଜରିମାନା ଲାଗିପାରେ । ଏହି କାରଣରୁ ରେଲେଓ୍ଵର ଲଗେଜ୍ ରୁଲ୍ ବିଷୟରେ ସମସ୍ତ ଯାତ୍ରୀ ଜାଣି ରଖିବା ଉଚିତ । ଯଦି ଆପଣଙ୍କ ପାଖରେ ଅଧିକ ଲଗେଜ୍ ରହିଛି ତେବେ ଆପଣ ଏହାକୁ ଟ୍ରେନରେ ଲାଗିଥିବା ଲଗେଜ୍ ଭ୍ୟାନ୍‌ରେ ରଖିପାରିବେ ।

ରେଲୱେ ନିୟମ ଅନୁଯାୟୀ ଅଲଗା ଅଲଗା ଶ୍ରେଣୀରେ ରେଳ ଯାତ୍ରୀ ୪୦ କିଲୋ ଠାରୁ ଆରମ୍ଭ କରି ୭୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନିଜ ସାଥିରେ ଟ୍ରେନ୍ ଡବାରେ ନିଜ ସହ ରଖିପାରିବେ । ରେଲୱେ କୋଚ୍ ହିସାବରେ ଲଗେଜ୍ ଓଜନ ନିର୍ଦ୍ଧାରିତ କରିଛି । ଯାତ୍ରୀ ସ୍ଲିପର କ୍ଲାସରେ ନିଜ ସହ ୪୦ କିଲୋ ପର୍ଯ୍ୟନ୍ତ ଓଜନ ନେଇ ଯାଇପାରିବ । ସେହିପରି ଏସି ଟୁ ଟାୟାରରେ ୫୦ କିଲୋ, ଫାଷ୍ଟ କ୍ଲାସ୍ ଏସିରେ ୭୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନେଇପାରିବ । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଲଗେଜ୍ ନେଲେ ଯାତ୍ରୀଙ୍କ ଠାରୁ ବିଭାଗ ଅତିରିକ୍ତ ଭଡା ଆଦାୟ କରିବ । ଓଜନ ସହିତ ଲଗେଜ୍‌ର ଆକାର ବି ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ ଆକାର ଠାର ଅଧିକ ଆକାରର ବାକ୍ସ କିମ୍ବା ସୁଟକେସ୍ ନେଲେ ଅଧିକ ଭଡା ଆଦାୟ କରାଯିବ ।

ଆପଣଙ୍କ ପାଖରେ ଯଦି ଅଧିକ ଲଗେଜ୍ ଅଛି ତେବେ ଆପଣ ଲଗେଜ୍ ରଖିବା ଲାଗି ଲଗେଜ୍ ଭ୍ୟାନ୍ ଲାଗି ବୁକିଂ କରନ୍ତୁ । ଏହାକୁ ଆପଣ ଦୁଇ ପ୍ରକାର ଉପାୟରେ ବୁକିଂ କରିପାରିବେ । ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ହିଁ ଆପଣ ଲଗେଜ ପାଇଁ ବୁକ୍ କରିପାରିବେ । ଏହା ବ୍ୟତିତ ରେଳ ଷ୍ଟେସନରେ ଥିବା ପାର୍ସଲ କାର୍ଯ୍ୟାଳୟରେ ମଧ୍ୟ ପରେ ଲଗେଜ୍ ଭ୍ୟାନ୍ ଲାଗି ବୁକିଂ କରିପାରିବେ । ଲଗେଜ୍ ଲାଗି ନ୍ୟୁନତମ ଚାର୍ଜ ୩୦ ଟଙ୍କା । ତେବେ ଏହି ଚାର୍ଜ ଓଜନ ଆଧାରରେ କମ୍ ବେଶୀ ହୋଇଥାଏ । ତେବେ ଲଗେଜ୍ ବୁକ୍ କରିବା ଲାଗି ଯାତ୍ରୀ ଟ୍ରେନ୍ ଛାଡିବାର ୩୦ ମିନିଟ୍ ପୂର୍ବରୁ ପାର୍ସଲ କାର୍ଯ୍ୟାଳୟରେ ଏହା କରାଇ ନେବା ଉଚିତ । ସେଠାରେ ଲଗେଜକୁ ଓଜନ ଏବଂ ମପାଯିବ । ଯଦି ଜିନିଷର ଓଜନ ୧୦୦ କିଲୋଗ୍ରାମରୁ ଅଧିକ ଭାରି ଏବଂ ଆକାରରେ ୧ ମିଟର ଗୁଣା ୭ ମିଟର କିମ୍ବା ଏହାଠାରୁ ଅଧିକ ତାହେଲେ ଏହାକୁ ଭାରି ଲଗେଜ୍‌ ଧରାଯିବ ଏବଂ ସରଚାର୍ଜ ଲଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.