Below header

ଏହି ଗାଁରେ ରହିଛି ଅଜବ ପରମ୍ପରା, ଭାଉଜକୁ ବାହା ହୁଏ ଭଉଣୀ

ଗୁଜୁରାଟର ଏକ ଅଞ୍ଚଳରେ ବର ବିବାହ ସମୟରେ ଉପସ୍ଥିତ ରୁହନ୍ତିନି। ବର ବଦଳରେ ତାଙ୍କ ଭଉଣୀ ଭାଉଜକୁ ବିବାହ କରି ଘରକୁ ଆଣନ୍ତି । ତେବେ ସାଦି ପିପୁଲ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ଗୁଜୁରାଟର ସୁରଖେଡା, ସାନଡା ଏବଂ ଅମ୍ବାଲ ଗ୍ରାମରେ ରହୁଥିବା ଆଦିବାସୀମାନଙ୍କ ମଧ୍ୟରେ ବିବାହର ଏକ ନିଆରା ପରମ୍ପରା ପାଳନ କରାଯାଏ ।

ଭାରତ ହେଉଛି ବିବିଧତାର ଦେଶ । ଏଠାରେ ବିଭିନ୍ନ ରୀତିନୀତି ଏବଂ ବିଶ୍ୱାସ ରହିଛି । ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିବାହ ସହ ଜଡିତ ଅନେକ ଅନନ୍ୟ ପରମ୍ପରା ଆମ ଦେଶରେ ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ରୀତିନୀତି ମଧ୍ୟରୁ ଗୋଟିଏ ପରମ୍ପରା ଗୁଜୁରାଟର କିଛି ଗାଁରେ ଦେଖିବାକୁ ମିଳିଛି । ଯେଉଁଠାରେ ବର ବିନା ହୋଇଥାଏ ବାହାଘର ।

ହଁ ଆଜ୍ଞା, ଗୁଜୁରାଟର ଏକ ଅଞ୍ଚଳରେ ବର ବିବାହ ସମୟରେ ଉପସ୍ଥିତ ରୁହନ୍ତିନି। ବର ବଦଳରେ ତାଙ୍କ ଭଉଣୀ ଭାଉଜକୁ ବିବାହ କରି ଘରକୁ ଆଣନ୍ତି । ତେବେ ସାଦି ପିପୁଲ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ଗୁଜୁରାଟର ସୁରଖେଡା, ସାନଡା ଏବଂ ଅମ୍ବାଲ ଗ୍ରାମରେ ରହୁଥିବା ଆଦିବାସୀମାନଙ୍କ ମଧ୍ୟରେ ବିବାହର ଏକ ନିଆରା ପରମ୍ପରା ପାଳନ କରାଯାଏ । ଏହି ଗାଁ ଗୁଡିକରେ ବିବାହରେ ବର ଉପସ୍ଥିତ ରହିବାର କୌଣସି ଆବଶ୍ୟକତା ନାହିଁ । ବରଂ ବରର ଅବିବାହିତ ଭଉଣୀ କିମ୍ବା ପରିବାରର କୌଣସି ଅବିବାହିତା ମହିଳା ଏହି ବିବାହ କରିଥାଆନ୍ତି ।

ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏପରି ବିଶ୍ୱାସ ପଛରେ କାରଣ କ’ଣ? ବାସ୍ତବରେ ଏହି ତିନୋଟି ଗାଁର କୂଳ ଦେବତା ଯିଏ ଥିଲେ ସେ ଅବିବାହିତ ଥିଲେ। ସେମାନଙ୍କୁ ସମ୍ମାନ ଦେବା ପାଇଁ ବରକୁ ବିବାହ ସମୟରେ ଘରେ ରଖାଯାଏ । ତେବେ କୂଳ ଦେବତାଙ୍କ ଅଭିଶାପ ବର ଉପରେ ନ ପଡ଼ିବା ପାଇଁ ଏପରି ବିବାହ କରାଯାଇଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ବିବାହ କରିବାକୁ ଯାଉଥିବା ପୁଅ ଜଣକ ବର ବେଶରେ ସଜ୍ଜିତ ହୋଇଥାଏ । ମୁଣ୍ଡରେ ପଗଡ଼ି ଦେହରେ ସେରଓ୍ଵାନୀ ଆଉ ହାତରେ ଖଣ୍ଡା ଧରିଥାଏ ହେଲେ ବିବାହକୁ ଯାଇ ନଥାଏ ।

ଏନଡି ଟିଭିର ରିପୋର୍ଟ ଅନୁଯାୟୀ, ଜଣେ ଗ୍ରାମବାସୀ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ବର ତାଙ୍କ ମା ସହିତ ଘରେ ରୁହନ୍ତି ଏବଂ ବରର ଭଉଣୀ ବରଯାତ୍ରୀଙ୍କ ସହ ବିବାହ କରିବାକୁ ଯାଇଥାଆନ୍ତି । ବିବାହ କିରିବା ପରେ ଭଉଣୀ କନିଆକୁ ଘରକୁ ଆଣିଥାଏ । ବର କନିଆ ଯେଉଁ ରୀତିନୀତି କରନ୍ତି ସେ ସବୁ ଭଉଣୀ କରିଥାଆନ୍ତି । ସେ ମଙ୍ଗଲସୁତ୍ର ପିନ୍ଧନ୍ତୁ କିମ୍ବା ସାତ ଘେରା ନିଅନ୍ତୁ। ଗାଁରେ ବିଶ୍ୱାସ କରାଯାଏ ଯେ ଯଦି କେହି ଏହି ପରମ୍ପରାକୁ ଅନୁସରଣ ନକରନ୍ତି, ତେବେ ସେମାନଙ୍କ ସହିତ କିଛି ଅଘଟଣ ଘଟିବ । ଲୋକମାନେ ବିଶ୍ୱାସ କରନ୍ତି ଯେ ଥରେ ପରମ୍ପରା ପାଳନ ନ କରାଗଲେ ବିବାହ ଶୀଘ୍ର ଭାଙ୍ଗିଯାଏ। ନଚେତ୍‌ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଏଠାରେ ବିବାହର ଏକ ଅଜବ ପରମ୍ପରା କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.