Below header

ମୋ ନାତିକୁ ମାରିଦେଇଛନ୍ତି,ମୋତେ ନ୍ୟାୟ ନମିଳିଲେ ମୁଁ ଏଇଠୁ ଉଠି କୁଆଡ଼େ ଯିବିନି

ନ୍ୟାୟ ପାଇଁ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପରିବାର । ସେମାନେ ଦାବି କରିଛନ୍ତି କି ତାଙ୍କ ପୁଅ ହତ୍ୟାର ନିରପେକ୍ଷ ତଦନ୍ତ କରାଯାଉ । ଘରୁ ପୁଅକୁ ତା ସାଙ୍ଗମାନେ ଡାକି ନେଇଥିବା ବେଳେ ପୁଅ ଆମର ଘରକୁ ଫେରି ନଥିଲା । ଆଉ ଯେତେବେଳେ ପୁଅର ସନ୍ଧାନ ମିଳିଥିଲା ସେତେବେଳେ ପୁଅର ମୃତ ଦେହ ଦେଖିବାକୁ ମିଳିଥିଲା।

ମୋ ନାତିକୁ ମାରିଦେଇଛନ୍ତି । ଏକାଠି ସାଙ୍ଗ ହୋଇ ଖାଉଥିଲେ ବୁଲୁଥିଲେ ହେଲେ ମୋ ନାତିକୁ ମାରିଦେଲେ । ୨୨ ବର୍ଷର ଭେଣ୍ଡିଆ ଟୋକାଟା ଜଣେ କଣ ମାରିପାରିବ । ମୋ ନାତିକୁ ସମସ୍ତେ ମିଶିକି ମାରିଛନ୍ତି । ମୋତେ ନ୍ୟାୟ ଦରକାର ସେଥିପାଇଁ ମୁଁ ଏଠି ବସିଛି । ମୋତେ ନ୍ୟାୟ ନମିଳିଲେ ମୁଁ ଏଠୁ ଉଠି କୁଆଡ଼େ ଯିବିନି । ସେପଟେ ଭେଣ୍ଡିଆ ପୁଅକୁ ହରାଇ ମା ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଜେଜେମା ଜଣକ ।

ହଁ ଆଜ୍ଞା, ନ୍ୟାୟ ପାଇଁ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପରିବାର । ସେମାନେ ଦାବି କରିଛନ୍ତି କି ତାଙ୍କ ପୁଅ ହତ୍ୟାର ନିରପେକ୍ଷ ତଦନ୍ତ କରାଯାଉ । ଘରୁ ପୁଅକୁ ତା ସାଙ୍ଗମାନେ ଡାକି ନେଇଥିବା ବେଳେ ପୁଅ ଆମର ଘରକୁ ଫେରି ନଥିଲା । ଆଉ ଯେତେବେଳେ ପୁଅର ସନ୍ଧାନ ମିଳିଥିଲା ସେତେବେଳେ ପୁଅର ମୃତ ଦେହ ଦେଖିବାକୁ ମିଳିଥିଲା। ପୁଅର ଏପରି ଅଚାନକ୍‌ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପୁଅକୁ ହତ୍ୟା କରାଯାଇଥିବା ଆଣିଥିଲେ ଅଭିଯୋଗ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ ଅଣଖାସାହି ଅଞ୍ଚଳର ରମେଶ ଦାସ ଙ୍କ ବଡ଼ପୁଅ ସୁକାନ୍ତ ଦାସଙ୍କୁ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟାରେ ଫୋନ କରି ଜୟଦେବ ଦାସ, ହୃଷିକେଶ ଦାସ ଶୌଚ ଯିବା ପାଇଁ କହି ଡାକି ନେଇଥିଲେ. ହେଲେ ସୁକାନ୍ତ ବହ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ରାତି ୯ଟା ହେବାରୁ ଘର ଲୋକମାନେ ବିଭିନ୍ନ ଆଡ଼େ ଖୋଜା ଖୋଜି କରିଥିଲେ ହେଲେ ପୁଅ ସୁକାନ୍ତକୁ ପାଇ ନ ଥିଲେ । ୧୫ ତାରିଖରେ ରମେଶ ତାଙ୍କ ପୁଅର ଶବ ପାଇଥିଲେ । ପୁଅର ମୃତ୍ୟୁକୁ ନେଇ ସ୍ଥାନୀୟ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଚାନ୍ଦବାଲି ପୋଲିସ କେଶ ରୁଜୁ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଥିଲେ । ହେଲେ ଜୟଦେବ ଙ୍କ ପରିବାର ଲୋକମାନେ ମୃତ ସୁକାନ୍ତ ଦାସଙ୍କ ପରିବାର ଲୋକମାନଙ୍କୁ ଧମକ, ଚମକ ଦେଉଥିବାରୁ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ଦାବି କରିଛନ୍ତି କେବଳ ଜୟଦେବକୁ ପୋଲିସ ଗିରଫ କରି ଚୁପ ହୋଇ ବସିଯାଇଛି ତାଙ୍କ ପରିବାର ଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ମୃତ୍ୟୁ ସୁକାନ୍ତ ଦାସ ଙ୍କ ପରିବାର ଲୋକମାନେ ଦାବି କରିଛନ୍ତି । ଅନ୍ୟପଟେ ଧାରଣା ରେ ବସିଥିବା ପରିବାର ଲୋକମାନଙ୍କୁ ଟାଉନ ପୋଲିସ ବୁଝା, ସୁଝା କରି ଏସପିଙ୍କ ନିକଟକୁ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.