Below header

ଭୁଲରେ ୭୫ହଜାର ଲୋକଙ୍କ ଆକାଉଣ୍ଟକୁ ୧୩୦୩ କୋଟି ଟଙ୍କା ଦେଇଦେଲା ବ୍ୟାଙ୍କ, ଏବେ ଭାଁ ଭାଁ

ନୂଆଦିଲ୍ଲୀ : ବ୍ରିଟେନରେ ସେଣ୍ଟେଣ୍ଡର୍ ବ୍ୟାଙ୍କ କ୍ରିସମସ୍ ରେ ନିଜର ଗ୍ରାହକଙ୍କୁ ଭୁଲରେ ୧୩ କୋଟି ପାଉଣ୍ଡ ଅର୍ଥାତ୍ ୧୩୦୩ କୋଟି ଟଙ୍କା ଜମା କରିଦେଇଛି । ଏହି ଟଙ୍କା ପ୍ରାୟ ୭୫ ହଜାର ଗ୍ରାହକଙ୍କ ଆକାଉଣ୍ଟକୁ ଚାଲି ଯାଇଛି । ଏଥିରୁ କିଛି ଗ୍ରାହକ କ୍ରିସମସ୍ ବୋନସ୍ ଭାବି ଟଙ୍କାକୁ ଖର୍ଚ୍ଚ କରିଦେଇଥିବା ଆଶଙ୍କା କରାଯାଉଛି । ଏବେ ବ୍ୟାଙ୍କ୍ କୁ ଏତେ ପରିମାଣରେ ଟଙ୍କା ଗ୍ରାହକଙ୍କୁ ଠାରୁ ଆଦାୟ କରିବା ମୁସ୍କିଲ୍ ହୋଇପଡ଼ିଛି । ବର୍ତ୍ତମାନ ବ୍ୟାଙ୍କ ପାଇଁ ଏତେ ପରିମାଣର ଅର୍ଥ ପୁନରୁଦ୍ଧାର କରିବା କଷ୍ଟକର ହୋଇପଡିଛି।

ଡିସେମ୍ବର ୨୫ ରେ ସାଣ୍ଟାଣ୍ଡର ବ୍ୟାଙ୍କ ଦ୍ବାରା ଏହି ଭୁଲ୍ ଘଟିଥିଲା । ରିପୋର୍ଟ ଅନୁଯାୟୀ, ଏହି ଟଙ୍କା ବ୍ୟାଙ୍କକୁ ଫେରସ୍ତ ହେବ ନାହିଁ ବୋଲି ସାଣ୍ଟାଣ୍ଡର ବ୍ୟାଙ୍କ ମଧ୍ୟ ଭୟ କରୁଛି । ତେବେ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କର ଦୁଇଟି ଉପାୟ ଅଛି । ପ୍ରଥମ- ବ୍ୟାଙ୍କ ଗ୍ରାହକମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ବାଧ୍ୟ କରିବ । ସେହି ସମୟରେ, ବ୍ୟାଙ୍କ ସହିତ ଅନ୍ୟ ବିକଳ୍ପ ହେଉଛି ସେହି ଗ୍ରାହକଙ୍କ ନିକଟକୁ ଯାଇ ରାଶି ଫେରସ୍ତ କରିବା । ବ୍ୟାଙ୍କରୁ ଏକ ବିବୃତ୍ତି ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ବୈଷୟିକ ତ୍ରୁଟି ହେତୁ ଏସବୁ ଘଟିଛି ।

ଖବର ଅନୁଯାୟୀ ଖ୍ରୀଷ୍ଟମାସ ଦିନ ସେଣ୍ଟେଣ୍ଡର୍ ବ୍ୟାଙ୍କ ୨,୦୦୦ କମ୍ପାନୀର ଏହି ଗ୍ରାହକଙ୍କୁ ନିୟମିତ ଦେୟ ଦେବାକୁ ଯାଉଛନ୍ତି। ଭୁଲରେ ଏହି ଦେୟ ଦୁଇଥର କରାଯାଇଥିଲା । ପ୍ରଥମ ଥର ଟଙ୍କା ସମ୍ପନ୍ଧିତ କମ୍ପାନୀର ଖାତାରୁ କଟିଥିଲା ଓ ଦ୍ୱିତୀୟ ଥର ଖୋଦ୍ ସେଣ୍ଟେଣ୍ଡର୍ ବ୍ୟାଙ୍କର କୋଷରୁ ଟଙ୍କା ଚାଲିଗଲା । ବ୍ରିଟେନର ଚୋରି ଆକ୍ଟ ୧୯୬୮ ଅନୁଯାୟୀ, ବ୍ୟାଙ୍କଗୁଡିକ ଟଙ୍କା ଫେରସ୍ତ କରିପାରିବେ ଯାହା ଭୁଲ୍ ଭାବରେ ଗ୍ରାହକଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇଛି । ଯଦି ଗ୍ରାହକମାନେ ଟଙ୍କା ଫେରସ୍ତ ନକରନ୍ତି, ତେବେ ସେମାନଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଯାଇପାରନ୍ତି । ତେବେ ସଂପୃକ୍ତ ବ୍ୟାଙ୍କର ପ୍ରାୟ ୧.୪୦ କୋଟି ଗ୍ରାହକ ରହିଛନ୍ତି ।

ଏହି ସମୟରେ, ବ୍ୟାଙ୍କରୁ ଏକ ବିବୃତ୍ତି ମଧ୍ୟ ଆସିଛି ଯେଉଁଥିରେ ଦର୍ଶାଯାଇଛି ଯେ ବୈଷୟିୟ ତ୍ରୁଟି ହେତୁ ଏସବୁ ଘଟିଛି। ଯାହା ଭୁଲରେ ଅନ୍ୟ ଏକ ଆକାଉଣ୍ଟକୁ ଚାଲିଯାଇଛି । ବ୍ୟାଙ୍କ ମୁଖପାତ୍ରଙ୍କ ଅନୁଯାୟୀ, ସେମାନେ କେବଳ ବ୍ୟାଙ୍କିଙ୍ଗ କ୍ଷେତ୍ରର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପୁନରୁଦ୍ଧାର କରିବେ। ଯେଉଁ ଆକାଉଣ୍ଟରେ ଦୁଇଥର ରାଶି ଜମା କରାଯାଇଛି ତାହା ଚିହ୍ନଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.